ମୋତିଝରିଆ ଗ୍ରାମରେ ପ୍ରବଚନ କାର୍ଯ୍ୟକ୍ରମ
ବଲାଙ୍ଗିର, ୩୦ ଡିସେମ୍ବର (ହି.ସ.)- ପୁଇନ୍ତଳା ବ୍ଲକ୍ ଅନ୍ତର୍ଗତ ମୋତିଝରିଆ ଗ୍ରାମରେ ଭାଗବତ ପଠନ ଓ ପ୍ରବଚନ କାର୍ଯ୍ୟକ୍ରମ ଗତ ୨୮ ତାରିଖ ଦିନ ଭରତ କର୍ମୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରଜନ ବାରିକ ସସ୍ତ୍ରୀକ କର୍ତ୍ତା ଭାବରେ ଯୋଗ ଦେଇଥିବା ବେଳେ ବ୍ୟାସ ଓ ପୂଜକ ଭାବେ ଭକ୍ତବନ୍ଧୁ
ମୋତିଝରିଆ ଗ୍ରାମରେ ପ୍ରବଚନ କାର୍ଯ୍ୟକ୍ରମ


ବଲାଙ୍ଗିର, ୩୦ ଡିସେମ୍ବର (ହି.ସ.)- ପୁଇନ୍ତଳା ବ୍ଲକ୍ ଅନ୍ତର୍ଗତ ମୋତିଝରିଆ ଗ୍ରାମରେ ଭାଗବତ ପଠନ ଓ ପ୍ରବଚନ କାର୍ଯ୍ୟକ୍ରମ ଗତ ୨୮ ତାରିଖ ଦିନ ଭରତ କର୍ମୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରଜନ ବାରିକ ସସ୍ତ୍ରୀକ କର୍ତ୍ତା ଭାବରେ ଯୋଗ ଦେଇଥିବା ବେଳେ ବ୍ୟାସ ଓ ପୂଜକ ଭାବେ ଭକ୍ତବନ୍ଧୁ ପାଣିଗ୍ରାହୀ ଭାଗବତ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସଂସ୍କୃତ ଶିକ୍ଷକ ରାଜ କିଶୋର ପଣ୍ଡା ପ୍ରବଚକ ଭାବରେ ଯୋଗଦେଇ ଭକ୍ତି ଓ ଭଗବତ୍ ପ୍ରାପ୍ତିକୁ ଆଧାର କରି ପୁରାଣର ବିଭିନ୍ନ ଚରିତକୁ ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ । ମଝିରେ ମଝିରେ ଆନୁଷଙ୍ଗିକ ସଙ୍ଗୀତ ଶ୍ରୋତାଙ୍କ ମନରେ ବିଭୁ ପ୍ରେମ ଜାଗ୍ରତ କରୁଥିଲା। ସମସ୍ତଙ୍କ ଲାଗି ପ୍ରସାଦ ସେବନ ବା ପଙ୍କ୍ତି ଭୋଜନ ଆନନ୍ଦ ବଜାରର ଭ୍ରମ ଆଣୁଥିଲା ।

ଏଥିରେ ଅଶୋକ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ଖମାରୀ, ପ୍ରସନ୍ନ କୁମାର ବାରିକ, ବ୍ୟାସଦେବ ପୋଢ, ରଜନୀ କାନ୍ତ ଚାନ୍ଦ, ସୋମନାଥ ମିଶ୍ର, ବନମାଳୀ ଖମାରୀ ପ୍ରମୁଖ ସହଯୋଗ କରିଥିଲେ। ସରୋଜ ବେଦବାକ ଆଗାମୀ ମାସର କାର୍ଯ୍ୟକ୍ରମ ସୂଚନା ଦେବା ସହ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande