
ରାଉରକେଲା, ୩୦ ଡିସେମ୍ବର (ହି.ସ.) - ରାଉରକେଲା ବିଜେପି ସଂଗଠନ କମିଟୀ ଘୋଷଣା ହେବା ପରେ ଏଥିରେ ପୁରାତନ କର୍ମୀ ଓ ନେତାଙ୍କୁ ରଖାନଯାଇ କାଲି ଭଳି ବିଭିନ୍ନ ଦଳରେ ବିଜେପି କୁ ବିରୋଧ କରୁଥିବା ଲୋକ ଙ୍କୁ ରଖାଯାଇ, ଆକ୍ଟିଭ ମେମ୍ବର ହୋଇନଥିବା ଲୋକଙ୍କୁ ଏହି କମିଟୀରେ ଗୁରୁତ୍ୱପୁର୍ଣ ପଦବୀରେ ରଖାଯାଇ ଦଳକୁ ଯେଉଁ ମାନେ ଆଜିଯାଏ ବଂଚାଇ ରଖିଥିଲେ ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି ଅଭି ଯୋଗ କରାଯାଇ ରାଉରକେଲା ବିଜେପି ଦଳୀୟ ଅଫିସ ଆଗରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ବିଜେପିର ପୁରାତନ ମହିଳା ନେତ୍ରୀ ପ୍ରମିଳା ଦାଶ, ଲତିକା ପଟନାୟକ, ମୁରଲୀ ଗୌଡ, ପ୍ରଶାନ୍ତ ଜେନା,ମଳୟ ମହାପାତ୍ର, ମନରଂଜନ ମୁନୀ,ଦିଲିପ ଦାଶ,ମନୋଜ ମହେଶ୍ୱରି , ଶୁଶାନ୍ତ ମହାପାତ୍ର ପ୍ରମୁଖ ଅଁଶ ଗ୍ରହଣ କରିଥିଲେ । ସେମାନଙ୍କ କହିବା କଥା ଦଳରେ ଯେତେବେଳେ ସମସ୍ୟା ଥିଲା ଦଳକୁ ଯେତେବେଳେ ବଳ ଦର୍କାର ଥିଲା ସେତେବେଳେ ଆମେ ଦଳରେ ରହି କାମ କରୁଥିଲୁ, ଦଳ ଯେତେବେଳେ କ୍ଷମତାକୁ ଆସିଲା ସେତେବେଳେ ଅନ୍ୟ ଦଳ ଲୋକଙ୍କୁ କମିଟୀରେ ରଖାଯାଇ ପୁରୁଣା ଲୋକଙ୍କୁ ଅଣଦେଖା କରାଯାଇଛି । । ନିୟମ ଅନୁଶାରେ ୭୦/୩୦ ପ୍ରତିଶତ ଆଧାରରେ କମିଟୀ ହେବା କଥା , ଜିଲ୍ଲା ପ୍ରଭାରୀ ଙ୍କର ଦସ୍ତଖତ ଏଥିରେ ନାହିଁ, ବିଧାୟକ , ସାଂସଦଙ୍କ କଥାକୁ ଏଥେôରେିଁ ଗୁରୁତ୍ୱ ଦିଆଯାଇନାହିଁ ବୋଲି ଧାରଣା ଦେଇଥିବା ନେତା ମାନେ ମତ ଦେଇଛନ୍ତି । ଯଦି ଏହାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ସଂଗଠନରେ ସମସ୍ୟା ସୃଷ୍ଟି ହେବ ବୋଲି କୁହାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ସଭାନେତ୍ରୀ ପୁର୍ଣୀମା ର୍କେକେଟା ଙ୍କ ଉପରେ ମନ୍ତ୍ରୀ ଜୁଏଲ ବାବୁଙ୍କର ଆର୍ଶୀବାଦ ଥିବା କୁହାଯାଉଥିବା ବେଳେ କ୍ଷମତାକୁ ଆସିବା ପରେ ରାଉରକେଲା ବିଜେପି ଅଫିସ ଆଗରେ ଏଭଳି ଧାରଣା ଚର୍ଚ୍ଚାର ବିଷୟ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ