ପଞ୍ଚୁଗୋଛିଆ ପଂଚାୟତ ପ୍ରିମିଏର ଲିଗର ଉଦଯାପନୀ ମ୍ୟାଚ
କେନ୍ଦୁଝର, ୩୦ ଡିସେମ୍ବର (ହି.ସ.)- ପଞ୍ଚୁଗୋଛିଆ ପଂଚାୟତ ପ୍ରିମିଏର ଲିଗର ଉଦଯାପନୀ ମ୍ୟାଚ (ଫାଇନାଲ) ପଞ୍ଚୁଗୋଛିଆ ପଂଚାୟତର ପ୍ରସିଦ୍ଧ ମହନ୍ତ ପଡିଆ ଠାରେ ଭବ୍ୟ ଓ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାଂସଦ ଅନନ୍ତ ନାୟକ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁର
Panchugochia primier leage


କେନ୍ଦୁଝର, ୩୦ ଡିସେମ୍ବର (ହି.ସ.)- ପଞ୍ଚୁଗୋଛିଆ ପଂଚାୟତ ପ୍ରିମିଏର ଲିଗର ଉଦଯାପନୀ ମ୍ୟାଚ (ଫାଇନାଲ) ପଞ୍ଚୁଗୋଛିଆ ପଂଚାୟତର ପ୍ରସିଦ୍ଧ ମହନ୍ତ ପଡିଆ ଠାରେ ଭବ୍ୟ ଓ ଉତ୍ସବମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାଂସଦ ଅନନ୍ତ ନାୟକ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥଲେ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାମ ସାହୁ, ବିଜେପି ଉପ-ସଭାପତି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସମାଜସେବୀ ଆଲୋକ ସେଠି ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ପଞ୍ଚୁଗୋଛିଆ ପଂଚାୟତ ସହିତ ଆସପାସର ପଂଚାୟତର ହଜାର ହଜାର କ୍ରୀଡାପ୍ରେମୀ ଦର୍ଶକଙ୍କ ଉପସ୍ଥିତି ସମ୍ପୂର୍ଣ୍ଣ ମ୍ୟାଚକୁ ଉତ୍ସବମୁଖର କରିଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande