ବଦ୍ରି ଭାଇ କିଛି କହିନାହାନ୍ତି- ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)-କିଛି ବୟାନ ବାଜି ହେଉନି। ବଦ୍ରି ଭାଇ କିଛି କହିନାହାନ୍ତି। ଦଳ ହାରିଲା ପରେ ଆଲୋଚନା ହେଉଛି ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। କାରଣ ଖୋଜା ଚାଲିଛି। ଆମ ଭିତରେ ଆଲୋଚନା ହେଉଛି। ଦଳକୁ ମଜବୁତ କରିବାକୁ ପରାମର୍
ବଦ୍ରି ଭାଇ କିଛି କହିନାହାନ୍ତି- ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, 30 ଡିସେମ୍ବର (ହି.ସ.)-କିଛି ବୟାନ ବାଜି ହେଉନି।

ବଦ୍ରି ଭାଇ କିଛି କହିନାହାନ୍ତି। ଦଳ ହାରିଲା ପରେ ଆଲୋଚନା ହେଉଛି ବୋଲି କହିଛନ୍ତି ବିଜେଡି

ବିଧାୟିକା ପ୍ରମିଳା ମଲ୍ଲିକ। କାରଣ ଖୋଜା ଚାଲିଛି। ଆମ ଭିତରେ ଆଲୋଚନା ହେଉଛି। ଦଳକୁ ମଜବୁତ

କରିବାକୁ ପରାମର୍ଶ ଦେଉଛନ୍ତି। ନବୀନ ବାବୁଙ୍କୁ ଭେଟିବାରେ କୌଣସି ବାଧାବିଘ୍ନ ନାହିଁ। ବଦ୍ରି ବାବୁ ଦଳର ପୁରୁଣା ଲୋକ ସେ ଯେତେବେଳେ ଚାହିଁବେ

ଭେଟିପାରିବେ। ବଦ୍ରି ବାବୁ କେବେ ଦଳ ବିରୋଧୀ କାମ କରିନାହାଁନ୍ତି କି ଦଳ ବିରୋଧୀ କଥା

କରୁନାହାଁନ୍ତି। କୌଣସି ଜାଗାରେ ଆମ ଘରେ କଳି ନାହିଁ, ଆପଣ ମାନେ (ମିଡିଆ) କଳି ଲଗାଉଛି। ଆ କଥା ତାପାଖରେ ତା କଥା ୟା ପାଖରେ କହି। ଥଟ୍ଟା ମଜା

ଆଲୋଚନାକୁ ଆପଣ ବିରାଟ କରି ଦେଖାଉଛନ୍ତି। ଆପଣ ମାନେ ସେମାନଙ୍କୁ କାଇଁ ପଚାରୁଛନ୍ତି। ସେମାନେ

କଣ ଆପଣ ମାନଙ୍କୁ ଡାକି କହୁଛନ୍ତି ଯେ, ଆସ ମୁଁ ରାଗିଛି କହିବି

ବୋଲି ଆମ ଦଳ ଭିତରେ କିଛି କନ୍ଦଳ ନାହିଁ, ଅମାନିଆ କେହି ନାହାଁନ୍ତି। ଶୃଙ୍ଖଳା ଏଯାଏ କେହି ଭାଙ୍ଗି

ନାହାଁନ୍ତି। ଯାହା ଉପରେ ଆକ୍ସନ ନେବା କଥା ସଭାପତି ନେଇଛନ୍ତି ବୋଲି ପ୍ରମିଳା ମଲ୍ଲିକ

କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande