ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି ପ୍ରସଙ୍ଗ - ଏହା ଚିତ୍ରକରଙ୍କ କଳାକୃତି , ରାଜ୍ୟ ମ୍ୟୁଜିୟମ୍ ରୁ ସଂଗ୍ରହ କରାଯାଇଛି
ଭୁବନେଶ୍ୱର, ୩୧ ଡିସେମ୍ବର (ହି.ସ)- ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ କ୍ୟାଲେଣ୍ଡରରେ ତ୍ରୁଟି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଯେ ଶହେ ବର୍ଷ ତଳର ଏହା ଚିତ୍ରକରଙ୍କ କଳାକୃତି । ତାଳପତ୍ରରେ ଅଙ୍କିତ ଫଟୋଚିତ୍ରକୁ ରାଜ୍ୟ ମ୍ୟୁଜିୟମ୍ ରୁ ସଂ
ଦକ


ଭୁବନେଶ୍ୱର, ୩୧ ଡିସେମ୍ବର (ହି.ସ)- ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରକାଶିତ କ୍ୟାଲେଣ୍ଡରରେ ତ୍ରୁଟି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଯେ ଶହେ ବର୍ଷ ତଳର ଏହା ଚିତ୍ରକରଙ୍କ କଳାକୃତି । ତାଳପତ୍ରରେ ଅଙ୍କିତ ଫଟୋଚିତ୍ରକୁ ରାଜ୍ୟ ମ୍ୟୁଜିୟମ୍ ରୁ ସଂଗ୍ରହ କରାଯାଇଛି। ଏହାପରେ ଫଟୋଚିତ୍ରକୁ ଇଂରାଜୀ ନବବର୍ଷ କ୍ୟାଲେଣ୍ଡରରେ ସ୍ଥାନିତ କରାଯାଇଛି। କିନ୍ତୁ ଏହା ସାଂପ୍ରତିକ ସ୍ଥିତି ନୁହେଁ, ସେତେବେଳର ଜଣେ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା । ଏହାକୁ ଜଗନ୍ନାଥପ୍ରେମୀ ଭୁଲ ବୁଝିବେ ନାହିଁ ବୋଲି ମୋର ଆଶା। ଅନିଚ୍ଛାକୃତ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି, କ୍ୟାଲେଣ୍ଡର ବିକ୍ରି ସ୍ଥଗିତ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande