
ନୂଆଦିଲ୍ଲୀ, 31 ଡିସେମ୍ବର (ହି.ସ.)- ରେଳ
ମନ୍ତ୍ରଣାଳୟ ବୁଧବାର ଉତ୍ତରାଖଣ୍ଡର ଚମୋଲି ସମ୍ପର୍କିତ ବିଭିନ୍ନ ସମ୍ବାଦ ଚ୍ୟାନେଲରେ ପ୍ରସାରିତ
ଖବରକୁ ନେଇ ଏକ ସ୍ପଷ୍ଟୀକରଣ ଜାରି କରିଛି।
ମନ୍ତ୍ରଣାଳୟ ସ୍ପଷ୍ଟ
କରିଛି ଯେ ଚମୋଲିରେ ଗୋଟିଏ ହାଇଡ୍ରୋ ପାୱାର ପ୍ରକଳ୍ପର ସୁରଙ୍ଗ ନିର୍ମାଣ ସମୟରେ ଘଟିଥିବା ଏହି
ଘଟଣା ସ୍ଥାନୀୟ ସ୍ତରରେ ପରିବହନ ବ୍ୟବସ୍ଥା ପାଇଁ ବ୍ୟବହୃତ ହେଉଥିବା ଗୋଟିଏ ଟ୍ରଲି ସହିତ
ସଂପୃକ୍ତ। ଏହାର ଭାରତୀୟ ରେଳ ସହ କୌଣସି ସମ୍ପର୍କ ନାହିଁ।
ରେଳ ମନ୍ତ୍ରଣାଳୟ କହିଛି
ଯେ ସମ୍ବାଦ ଚ୍ୟାନେଲଗୁଡ଼ିକରେ ଯେଉଁ ଟ୍ରେନ୍ର ଉଲ୍ଲେଖ କରାଯାଉଛି, ତାହା ଭାରତୀୟ ରେଳର ଟ୍ରେନ୍ ନୁହେଁ। ଏହା ପ୍ରକଳ୍ପ ସହ ଜଡିତ ଦଳ ଦ୍ୱାରା
ସ୍ଥାନୀୟ ସ୍ତରରେ ବ୍ୟବହୃତ ହେଉଥିବା ପରିବହନ ବ୍ୟବସ୍ଥାର ଏକ ଅଂଶ ମାତ୍ର।
ମନ୍ତ୍ରଣାଳୟ ଲୋକମାନଙ୍କୁ
ଅନୁରୋଧ କରିଛି ଯେ ଏହି ଘଟଣା ସମ୍ପର୍କିତ ଭ୍ରାନ୍ତିକର ଖବର ଉପରେ ଧ୍ୟାନ ନ ଦେଇ, ତଥ୍ୟାଧାରିତ ସଠିକ୍ ସୂଚନା ଗ୍ରହଣ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା