ପିପଲକୋଟୀ ଟିଏଚଡିସି ପ୍ରକଳ୍ପ ସୁଡଙ୍ଗ ଅଘଟଣକୁ ନେଇ ପ୍ରଶାସନର ସ୍ପଷ୍ଟୀକରଣ-ରେଲୱେ ସହ ଏହାର କୌଣସି ସଂପର୍କ ନାହିଁ
ଚମୋଲି, 31 ଡିସେମ୍ବର (ହି.ସ.)- ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପୀପଲକୋଟିରେ ଅବସ୍ଥିତ ନିର୍ମାଣାଧୀନ ଟିଏଚଡିସି ବିଷ୍ଣୁଗାଡ଼–ପୀପଳକୋଟି ଜଳବିଦ୍ୟୁତ ପ୍ରକଳ୍ପର ସୁଡଙ୍ଗ ମଧ୍ୟରେ ମଙ୍ଗଳବାର ରାତିରେ ଶିଫ୍ଟ ପରିବର୍ତ୍ତନ ସମୟରେ ଶ୍ରମିକମାନଙ୍କୁ ନେବାଆଣିବା ପାଇଁ ବ୍ୟବହୃତ ଦୁଇଟି
ଦୁର୍ଘଟଣା


ଚମୋଲି, 31 ଡିସେମ୍ବର (ହି.ସ.)- ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପୀପଲକୋଟିରେ ଅବସ୍ଥିତ ନିର୍ମାଣାଧୀନ ଟିଏଚଡିସି

ବିଷ୍ଣୁଗାଡ଼–ପୀପଳକୋଟି ଜଳବିଦ୍ୟୁତ ପ୍ରକଳ୍ପର ସୁଡଙ୍ଗ ମଧ୍ୟରେ ମଙ୍ଗଳବାର ରାତିରେ

ଶିଫ୍ଟ ପରିବର୍ତ୍ତନ ସମୟରେ ଶ୍ରମିକମାନଙ୍କୁ ନେବାଆଣିବା ପାଇଁ ବ୍ୟବହୃତ ଦୁଇଟି ଲୋକୋ ଟ୍ରଲି ପରସ୍ପର

ସହ ଧକ୍କା ହୋଇଥିଲା। ଘଟଣା ସମୟରେ ସୁଡଙ୍ଗ ଭିତରେ ୧୦୯ ଜଣ ଶ୍ରମିକ ଉପସ୍ଥିତ ଥିଲେ। ପ୍ରଶାସନ

ସ୍ପଷ୍ଟ କରିଛି ଯେ ଏହି ଘଟଣାର ସହିତ ଭାରତୀୟ ରେଳୱେର କୌଣସି ସମ୍ପର୍କ ନାହିଁ।

ଘଟଣା ସଂପର୍କରେ ସୂଚନା ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଫୋନ୍‌

ମାଧ୍ୟମରେ ଚମୋଲି ଜିଲ୍ଲାପାଳଙ୍କ ସହ କଥାହୋଇ ସମ୍ପୂର୍ଣ୍ଣ ସୂଚନା ନେଇଥିଲେ ଏବଂ ସମସ୍ତ

ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇବା ସହ ଆବଶ୍ୟକ ପଡ଼ିଲେ ଉଚ୍ଚ ଚିକିତ୍ସାଳୟକୁ ରେଫର୍

କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ଚମୋଲି ଜିଲ୍ଲାପାଳ ଗୌରବ କୁମାର ଏବଂ ପୁଲିସ ଅଧୀକ୍ଷକ

ସୁରଜୀତ ସିଂହ ପଁୱାର ଜିଲ୍ଲା ହସ୍ପିଟାଲ୍ ଗୋପେଶ୍ୱରକୁ ପହଞ୍ଚିଥିଲେ। ସେମାନେ ସେଠାରେ ଭର୍ତ୍ତି

ଆହତମାନଙ୍କ ସହିତ ସାକ୍ଷାତ କରି ତାଙ୍କର ଭଲମନ୍ଦ ପଚାରି ବୁଝିଥିଲେ ଏବଂ ଚିକିତ୍ସକମାନଙ୍କୁ ଉଚିତ

ଓ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande