
ଭୁବନେଶ୍ୱର, ୩୧ ଡିସେମ୍ବର (ହି.ସ)- ଚିଲିକାର ସୌନ୍ଦର୍ଯ୍ୟ ପାଇଁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଚିଲିକା ନିଜର ଅସ୍ତିତ୍ୱ ଫେରିପାଇବ। ଆଇଆଇଟି ମାଡ୍ରାସ ଅଧ୍ୟୟନ କରୁଛି । ଚିଲିକା ଉନ୍ନୟନ କର୍ତୃପକ୍ଷ ଓ ରାଜ୍ୟ ସରକାର ଆଇଆଇଟି ମାଡ୍ରାସ ସହ ଚୁକ୍ତିନାମା କରିଛନ୍ତି । ୨-୩ ମାସ ମଧ୍ୟରେ ଡିପିଆର ପ୍ରସ୍ତୁତ ହେବ। କେନ୍ଦ୍ର ସରକାରଙ୍କୁ ଅନୁଦାନ ପାଇଁ ରାଜ୍ୟ ସରକାର ନିବେଦନ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା