
୨୦୩୫ ସୁଦ୍ଧା ଭାରତ ପୁରାପୁରି ଔପନିବେଶିକ ମନୋଭାବରୁ ମୁକ୍ତ ହୋଇ ଆତ୍ମଗୌରବପୂର୍ଣ୍ଣ ଶିକ୍ଷା ପ୍ରଣାଳୀ ସ୍ଥାପନ କରିବ
ଭୁବନେଶ୍ୱର, ୦୭ ଡିସେମ୍ବର (ହି.ସ.) କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୋପାଳରେ ଆୟୋଜିତ ଜାତୀୟ ଶିକ୍ଷା ନୀତି ୨୦୨୦ – କ୍ରିୟାନ୍ୱୟନ ସମସ୍ୟା ଓ ସମ୍ଭାବନା ବିଷୟରେ ଏକ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳାରେ ଅଂଶଗ୍ରହଣ କରିଛନ୍ତି । ଏହି ସମ୍ମିଳନୀରେ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡ଼ଃ ମୋହନ ଯାଦବ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନ କହିଲେ ଯେ ମଧ୍ୟପ୍ରଦେଶ, ଏନଇପି ୨୦୨୦ ଓ ଭାରତୀୟ ସଂସ୍କୃତି ଉଭୟକୁ ସମାନାନ୍ତରେ ଆଗେଇ ନେଇଯାଉଥିବା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ଭାରତ ପୂର୍ଣ୍ଣରୂପେ ଔପନିବେଶିକ ମନୋଭାବରୁ ମୁକ୍ତ ହୋଇ ଆତ୍ମଗୌରବପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ସ୍ଥାପନ କରିବ।
ଶ୍ରୀ ପ୍ରଧାନ ପୋଷଣ ଅଭିଯାନକୁ ଶିକ୍ଷା ସଂସ୍କାରରର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ଉଲ୍ଲେଖ କରି କହିଲେ ଯେ ସନ୍ତୁଳିତ ପୋଷଣ, ପିଲାମାନଙ୍କ ଏକାଗ୍ରତା, ଶିଖିବାକୁ ସମର୍ଥ୍ୟ ଓ ସମଗ୍ର ବିକାଶ ପାଇଁ ଅତ୍ୟାବଶ୍ୟକ। ଏହା ଦ୍ୱାରା ପିଲାମାନେ ସୁସ୍ଥ, ଆତ୍ମବିଶ୍ୱାସୀ ଓ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ିଉଠନ୍ତି, ଯେଉଁମାନେ ‘ବିକଶିତ ଭାରତ’ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।
ସେ ଆହୁରି କହିଛନ୍ତି ଯେ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏକ ଯୁବ ରାଜ୍ୟ ଭାବେ ରହିବ ଓ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର କରିବାରେ ନିର୍ଣାୟକ ଭୂମିକା ନେବ। କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ଦ୍ୱାରା ପାରମ୍ପରିକ ଜ୍ଞାନକୁ ଆଧୁନିକ ଶିକ୍ଷା ପ୍ରଣାଳୀ ସହିତ ସଂଯୋଜନ କରିବାର ଆବଶ୍ୟକତାରେ ଜୋର ଦେଇ ପ୍ରଧାନ କହିଲେ ଯେ କୃତ୍ରିମ ବୁଦ୍ଧିମତା ଟ୍ୟୁଟର ଙ୍କ ପରି ପଦକ୍ଷେପମାନଙ୍କରେ ମଧ୍ୟପ୍ରଦେଶକୁ ଅଗ୍ରଣୀ ଭୂମିକା ନେବାକୁ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ