ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆଖଣ୍ଡଳମଣିପୀଠ
ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି(ମଙ୍ଗଳବାର) ମନ୍ଦିରରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ ଏକବାରନୀତି, ଭୋର ୪ଦ୩୦ରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍
AKHANDALAMANI USTAV MUKHAR FOR JAGAR


ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି(ମଙ୍ଗଳବାର) ମନ୍ଦିରରେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବ ଏକବାରନୀତି, ଭୋର ୪ଦ୩୦ରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସମ୍ପନ୍ନ ହେବା ପରେ ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ କରାଯାଇ ମଣିବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍‌ଯଭୋଗ ଲାଗି କରାଯିବ। ପରେ ସକାଳ ୫ଟାରୁ ମଧ୍ୟାହ୍ନ ୧ଟଯାଏଁ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ ସାହଣମେଲା ଦର୍ଶନ କରିବେ। ଅପରାହ୍ଣ ୪ଟା ସୁଧା ମଣିବାବାଙ୍କର ସମସ୍ତ ସକାଳ ଧୂପ ସରିବା ପରେ ଗର୍ଭଗୃହ ମାର୍ଜନା କରାଯାଇ ନୂଆ ଚାନ୍ଦୁଆ ଲାଗି ହେବା ସହ ମନ୍ଦିରଚୂଡାରେ ନୂଆନେତ ଲାଗି କରାଯିବ। ପରେ ମଣିବାବାଙ୍କର ବଡସିଂହାର ବେଶ ସହ ସଂଧ୍ୟାରେ ଏକବାର ଅନ୍ନଭୋଗ ନୀତି ଲାଗି କରାଯିବ। ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପବିତ୍ର ଜାଗରଯାତ୍ରାରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଓ ଯାତାୟତ ନିମନ୍ତେ ପୁଲିସ ପକ୍ଷରୁ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଲକ୍ଷାଧିକ ଭକ୍ତମାନଙ୍କର ସମସ୍ତ ସୁବିଧା ନିମନ୍ତେ ୬ଜଣ ମ୍‌ାଜିଷ୍ଟ୍ରେଟଙ୍କ ସହ ଜଣେ ଏସପି, ୨ଜଣ ଏଏସପି, ୮ଜଣ ଡିଏସପି ଓ ଏସଡିପିଓ, ୨୫ଜଣ ଇନସପେକ୍ଟରଙ୍କ ସହ ୨୦ପ୍ଲାଟୁନ ଫୋର୍ସ, ଟ୍ରାଫିକ ପୁଲିସ ନିୟୋଜିତ ରହିବେ। ଅନ୍ୟପଟେ ପୀଠକୁ ସଂଯୋଗ କରୁଥିବା ୩ଟି ନଦୀଘାଟରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ନିୟୋଜିତ ରହିବେ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ତିନିଥାକିଆ ସୁରକ୍ଷା ବ୍‌ଯବସ୍ଥା କରାଯିବ ବୋଲି ଭଦ୍ରକ ଏସପି ମାଡକର ସନ୍ଦିପ ସମ୍ପଦ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande