ଆରଡ଼ି ଧାମରେ ହରିହରଙ୍କ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ଓଡ଼ିଶା ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡ଼ି ସ୍ଥିତ ବାବା ଆଖଣ୍ଡଣମଣିଙ୍କ ଜାଗର ଯାତ୍ରା ହରିହର ମହୋତ୍ସବ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ବାଲଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍
ARADI DHAM HARIHAR MOHASTAV


ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ଓଡ଼ିଶା ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡ଼ି ସ୍ଥିତ ବାବା ଆଖଣ୍ଡଣମଣିଙ୍କ ଜାଗର ଯାତ୍ରା ହରିହର ମହୋତ୍ସବ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ବାଲଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାଶିବରାତ୍ରୀ ଜାଗର ଦିନ ପୂର୍ବାହ୍ଣ ୧୦ ଘଟିକା ଠାରୁ ଅପରାହ୍ଣ ୫ ଘଟିକା ପର୍ଯ୍ୟନ୍ତ ସଂକୀର୍ତନ କଳାକାରଙ୍କୁ ନେଇ ଦିବ୍ୟ ଚେତନା ଅଭିଯାନ, ଶ୍ରଦ୍ଧାଳୁଙ୍କ ଅନୁଭୂତିକୁ ନେଇ ଭକ୍ତି ଚେତନା ମଂଚ, ଆଧ୍ୟାତ୍ମିକ ସଭା ଓ ଛୋଟ ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରଯିବାକୁ ସ୍ଥିର କରାଯାଇଥିଲା। ଏହି ଆଲୋଚନାରେ ଆବାହକ ସେବକ ଶରତ କୁମାର ସାହୁଙ୍କ ସହ ଆବାହକ ବାବୁଲାଲ ଦାସ, କାହ୍ନୁଚରଣ ଦାସ, ମୁଖ୍ୟ ଉପଦେଷ୍ଟା ଶରତ ଚନ୍ଦ୍ର ମହାନ୍ତି, ସନେଇ ଶିଅଳ, ଲକ୍ଷ୍ମୀଧର ଖଟୁଆ, ଗୋପବନ୍ଧୁ ମିଶ୍ର ପ୍ରମୁଖ ସଭ୍ୟବୃନ୍ଦ ଅଂଶ ଗ୍ରହଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande