ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ପଂଚାୟତ ସମିତି ର ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ଅଷ୍ଟମ ସ୍ୱତନ୍ତ୍ର ଅଧିବେଶନ ପଂଚାୟତ ସମିତି ସମ୍ମିଳନୀ କକ୍ଷ ରେ ସୋମବାର ଅନୁଷ୍ଟିତ ହୋଇ ଥିଲା । ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ବନବିହାରୀ ଦିନ୍ଧା କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । ତେବେ ଏହି ବୈଠକ ରେ ବିଡ଼ିଓ ମନମୁଖୀ ଭାବରେ କାର୍ୟ୍ୟ କରୁଛନ୍ତି , ସରପଂଚ ଓ ସମିତି ସଭ୍ୟ ଙ୍କୁ ନ ଜଣାଇ ନିଜ ଇଛା ରେ ଶାସକ ଦଳ କୁ ସନ୍ତୁଷ୍ଟ କରିବାପାଇଁ ଅନେକ ବେଆଇନି କାମ କରୁଛନ୍ତି ବୋଲି ବୈଠକ ରେ ସମିତି ସଭ୍ୟ ଭାରତ ବିଜୟ ଦଳାଇ, ସୂର୍ୟ୍ୟକାନ୍ତ ନାୟକ ,ସରପଂଚ ଅଜୟ କୁମାର ମଲ୍ଲିକ ଉକ୍ତ ବୈଠକ ରେ ଗର୍ଜି ତୁମ୍ଭୀ ତୋଫାନ କରିଥିଲେ । ସୁଚନା ଥାଉକି ପଂଚାୟତ ରେ କାମ ହେଉଥିବା ବେଳେ ଯେ ଇ ମାନେ ଯାଉ ନାହାନ୍ତି କି ବିଲି କରୁ ନାହାନ୍ତି ବୋଲି ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ସାରଦା ପ୍ରସନ୍ନ ସାହୁ ବୈଠକ ରେ ଅଭିଯୋଗ କରିଥିଲେ ,ପରବର୍ତୀ ସମୟରେ ଏପରି ହେଲେ ପରିସ୍ଥିତି ଭୟାନକ ହେବ ବୋଲି ସେମାନେ କହିଥିଲେ । ଅପର ପକ୍ଷେ ବିଡ଼ିଓ ସରକାରି ଦଳ ର ହାତ ବାଇଶି ସାଜି ବିରୋଧୀ ସରପଂଚ ସମିତି ସଭ୍ୟ ଙ୍କୁ କୌଣସି ସୁଚନା ଦେଉନାହାନ୍ତି ବୋଲି ବିରୋଧୀ ସଦସ୍ୟ ମାନେ ହୋହାଲା କରିଥିଲେ । ଦାନା ପରେ ଯେଉ ପ୍ରକଳ୍ପ ର ଜେଉ କାର୍ୟ୍ୟଦେଶ କରା ଯାଇଛି ତାହାକୁ ବିଡ଼ିଓ ଚିହ୍ନଟ କରୁ ନଥବାରୁ କାର୍ୟ୍ୟ ହୋଇ ପାରୁନାହିଁ ବୋଲି ସରପଂଚ ସମିତି ସଭ୍ୟ ମାନେ ଅଭିଯୋଗ କରିଥିଲେ ।ତେବେ ବିଡ଼ିଓ ଶ୍ରୀ ଦିନ୍ଧା କହିଛନ୍ତି ଯେ ମୁଁ ଖାଲି କାର୍ୟ୍ୟାଦେଶ କରିଚି ଅନ୍ୟକିଛି ଜାଣିନାହିଁ ବୋଲି କହିଥିଲେ । ଏହାକୁ ନେଇ ବିଡ଼ିଓ ଓ ସରପଂଚ ମଧ୍ୟ ରେ କଥା କଟାକଟି ହୋଇ ଥିଲା । ବହୁ ବାଦବିବାଦ ପରେ ପଂଚାୟତ ସମିତି ଓ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ଅନୁଦାନ କୁ ଅନୁମୋଦନ ପାଇଁ ପ୍ରସ୍ତାବ ଦିଆ ଯାଇ ଥିଲା।ଏହି ଅଧିବେଶନ ରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ, ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ଉର୍ମିଳା ବିଶ୍ୱାଳ ପ୍ରମୁଖ ମଂଚାସିନ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ