ଜୟପୁର, ୨୪ ଫେବ୍ରୁଆରି (ହି.ସ.) - ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପ୍ରେସ କ୍ଳବ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶଶଧର ରାଉତ ଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକ ରେ ଲକ୍ଷ୍ମୀପୁର, ଦଶମନ୍ତପୁର, ପଟାଙ୍ଗି, ନନ୍ଦପୁର, କୋରାପୁଟ, ସେମିଳିଗୁଡା, ଜୟପୁର, ଦାମନଯୋଡି, କୋଟପାଡ଼, ବୋରିଗୁମ୍ମା,ବୈପାରିଗୁଡା ଆଦି ବିଭିନ୍ନ ବ୍ଳକ ରୁ କାର୍ଯ୍ୟକର୍ତାମାନେ ଯୋଗଦେଇ ଆସନ୍ତା ୫ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ପରିଷଦ ବୈଠକ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକ ରେ କୋରାପୁଟ ସାଂସଦ,ଙ୍କ ସମେତ ଜିଲ୍ଲା ର ସମସ୍ତ ତଥା କୋଟପାଡ଼, ଜୟପୁର, କୋରାପୁଟ, ଲକ୍ଷ୍ମୀପୁର ଏବଂ ପଟାଙ୍ଗି ବିଧାୟକ ଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଆମନ୍ତ୍ରଣ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ମୂଖ୍ୟ କେନ୍ଦ୍ର ତଥା ଶିଳ୍ପ ଜିଲ୍ଲା ଭାବେ ପରିଗଣିତ କୋରାପୁଟ ଜିଲ୍ଲା ମୁଖ୍ୟ ଦପ୍ତର ରେ ଆଜିଯାଏଁ ସାମ୍ବାଦିକ ଭବନ ନିର୍ମାଣ ହୋଇପାରୀ ନଥିବାରୁ ସାମ୍ବାଦିକ ଭବନ ନିର୍ମାଣ ଏବଂ ଜିଲ୍ଲା ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ସଂଘର ପ୍ରାଥମିକ ଉଦ୍ୟମ ରହିବ ବୋଲି ସଭାପତି ଶ୍ରୀ ରାଉତ ପ୍ରକାଶ କରିଥିଲେ। ସାମ୍ବାଦିକ ଏକତା, ସୁରକ୍ଷା, ଭତା, ଅଧିସ୍ୱୀକୃତି, ଜିବନ ବିମା ବୃଦ୍ଧି ସହ ଜୀବନ ବିମାରେ ମାଁ ବାପାଙ୍କୁ ସାମିଲ କରିବା ଆଦି ସମାସ୍ୟା ଉପରେ ବୈଠକ ରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶରତ କୁମାର ନାୟକ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ସମ୍ପାଦକ ଶରତ ଧଳ, ସଂଗଠନ ସମ୍ପାଦକ ପରମେଶ୍ୱର ସାହୁ, ଯୁଗ୍ମ ସମ୍ପାଦକ ଶୈଳେଶ ଖଡିଆର ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଟି ଗୈରିଶଙ୍କର, ଶୃଙ୍ଖଳା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ଗୈଡ,ଉପଦେଷ୍ଠା ପରିକ୍ଷିତ ବିଶ୍ୱାଳ, ମନୋଜ ପଟ୍ଟନାୟକ, ନନ୍ଦପୁର ବ୍ଲକ ସଂଯୋଜକ ତୁଷାର କାନ୍ତ ମହାନ୍ତି, ଲକ୍ଷ୍ମୀ ପୁର ବ୍ଳକ ସଂଯୋଜକ ଯୁଧିଷ୍ଠିର ବାଘ, କୋରାପୁଟ ବ୍ଳକ ସଂଯୋଜକ ଅମିତାଭ ବେହେରା, ଦଶମନ୍ତପୁର ପୁର ପ୍ରମୋଦ କିଶୋର ଖରା, ଜୟପୁର ସୁବ୍ରତ ମହାନ୍ତି ଙ୍କ ସମେତ ରଜତ କୁମାର ବାଘ,ବିକ୍ରମ ପାଢ଼ୀ ଏବଂ ଚନ୍ଦ୍ରକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ