ବଲାଙ୍ଗୀର କରାଟେ ସଂଘର ସଫଳତା
ବଲାଙ୍ଗୀର, ୨୫ ଫେବୃଆରୀ(ହି.ସ.) – ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ୩୬ତମ ରାଜ୍ୟ ୨୧ ବର୍ଷ ଓ ବରିଷ୍ଠ ବର୍ଗ ରାଜ୍ୟ କରାଟେ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲାରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ମୋଟ ୪ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିବାବେଳେ ୨୧ ବର୍ଷ ବାଳ
ବଲାଙ୍ଗିର କରାଟେ ସଂଘର ସଫଳତା


ବଲାଙ୍ଗୀର, ୨୫ ଫେବୃଆରୀ(ହି.ସ.) – ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ୩୬ତମ ରାଜ୍ୟ ୨୧ ବର୍ଷ ଓ ବରିଷ୍ଠ ବର୍ଗ ରାଜ୍ୟ କରାଟେ ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲାରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ମୋଟ ୪ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିବାବେଳେ ୨୧ ବର୍ଷ ବାଳକ ବିଭାଗ କାତାରେ ପୁରୁଷୋତମ ବାଗ କାଂସ୍ୟ ପଦକ ଓ ଶିବା ସାହୁ କୁମିତିରେ କାଂସ୍ୟ ପଦକ ହାସଲ କରି ଗୌରାବାନ୍ୱିତ କରିଛନ୍ତି। ସୁରେଶ ଚନ୍ଦ୍ର ଜାଲ, ଗୋପାଲ ଦୀପ, ହୃଦୟ ଶବର ଓ ଚନ୍ଦ୍ର ଶେଖର ସେଠ ରେଫେରି ଓ ଜଜ୍‌ର ଦାୟିତ୍ୱ ତୁଳାଇଥିଲେ। ବିଜେତାମାନଙ୍କୁ ମୁଖ୍ୟ ଅତିଥି ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଖବର ପାଇ ଜିଲ୍ଲା ସଂଘର ସଭାପତି ଦେବଦତ ବେହେରା, ଉପ-ସଭାପତି ଉମେଶ ନନ୍ଦ, ଉପଦେଷ୍ଟା ମାନୁଏଲ ନାଗ, ସରୋଜକାନ୍ତ ବେହେରା, ଖେଳପ୍ରେମି ଏବଂ ଅଭିଭାବକମାନେ ଶୁଭେଚ୍ଛା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande