ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ଚଳିତ ଫେବୃୟାରୀ ମାସର ଶେଷ ସୋମବାରରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର ତିହିଡ଼ି ବ୍ଲକ୍ରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଭଦ୍ରକ ଏସ୍ପ.ି. ମାଡ଼କର ସନ୍ଦୀପ ସମ୍ପତ ଏହି ଶିବରରେ ଯୋଗଦେଇ ସମୁଦାୟ ୧୧୭ଟି ଅଭିଯୋଗ ଶୁଣିଥିଲେ। ସେଥିମଧ୍ୟରେ ୮୬ଟି ବ୍ୟକ୍ତିଗତ, ୨୬ଟି ଗ୍ରାମ ସମ୍ବନ୍ଧୀୟ ଓ ୫ଟି ରେଡ଼କ୍ରସ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା। ସମୁଦାୟ ୨୮ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଭଦ୍ରକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ସରୋଜ କୁମାର ଦତତ୍ତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ, ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ପ୍ରାକ୍ତନ ବି.ଡ଼ି.ଓ. ଜ୍ୟୋତିର୍ମୟ କର ଏବଂ ନୂତନ ଭାବେ ଯୋଗଦେଇଥିବା ବି.ଡ଼ି.ଓ. ନିରଞ୍ଜନ ବାରିକ୍ ପ୍ରମୁଖ ଏହି ଶିବିରରେ ଯୋଗଦେଇ ଜନାଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ରେଡ଼କ୍ରସ ସମ୍ବନ୍ଧୀୟ ୫ ଜଣ ଆବେଦନକାରୀଙ୍କୁ ଆର୍ଥିକ ସହାୟତା ବାବଦକୁ ସମୁଦାୟ ୩୧ ହଜାର ଟଙ୍କା ପ୍ରଦାନ କାରାଯିବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ