ବିଜେପି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ
ଜୟପୁର , 11 ମାର୍ଚ୍ଚ (ହି.ସ.)ବିଧାନ ସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବିଜେପି ବିଧାୟକ କଲର ଧରି ଦୁଃବ୍ୟବହାର କରିଥିବା ପ୍ରତିବାଦରେ ଆଜି କ˚ଗ୍ରେସ ଭବନ ସମ୍ମୁଖରେ କ˚ଗ୍ରେସ କମିଟି ପକ୍ଷରୁ ବିଧାୟକ ଜୟନାରାୟଣ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା କ˚ଗ୍ରେସ କମିଟି ସଭ
ବିଜେପି ବିଧାୟକଙ୍କ କୁଶ ପୁତ୍ତଳିକା ଦାହ


ଜୟପୁର , 11 ମାର୍ଚ୍ଚ (ହି.ସ.)ବିଧାନ ସଭାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବିଜେପି ବିଧାୟକ କଲର ଧରି ଦୁଃବ୍ୟବହାର କରିଥିବା ପ୍ରତିବାଦରେ ଆଜି କ˚ଗ୍ରେସ ଭବନ ସମ୍ମୁଖରେ କ˚ଗ୍ରେସ କମିଟି ପକ୍ଷରୁ ବିଧାୟକ ଜୟନାରାୟଣ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା କ˚ଗ୍ରେସ କମିଟି ସଭାପତି ଶଶୀଭୂଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହିଳା କ˚ଗ୍ରେସ,ଯୁବ କ˚ଗ୍ରେସ, ନଗର କ˚ଗ୍ରେସର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବିଜେପି ବିରୁଦ୍ଧରେ ସ୍ଲୋଗାନ ଦେଇ ଜୟନରାୟଣ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ବିଧାନ ସଭାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟରେ ନାରୀ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ଦିନକୁ ଦିନ ବଢିବାରେ ଲାଗିଥିବା ଯୋଗୁଁ ଜନତାଙ୍କ ସ୍ବର ହୋଇ ମନ୍ତବ୍ୟ ଦେବା ଯୋଗୁଁ ବିଜେପି ନେତା ଶ୍ରୀ ମିଶ୍ର ଉତ୍ୟକ୍ତ ହୋଇ ଶ୍ରୀ ବାହିନୀପତିଙ୍କୁ କଲର ଧରିଥିଲେ। ପରବର୍ତ୍ତୀ ସମୟରେ ହୋ ହଲ୍ଲା ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ନଗର କ˚ଗ୍ରେସ ସଭାପତି ନରେନ୍ଦ୍ର ମହାନ୍ତି, ନିହାର ବିଷୋୟୀ, ସୁକାନ୍ତ ପଟ୍ଟନାୟକ, କୃଷ୍ଣ ନେପାକ, ଅଶୋକ ଗନ୍ତାୟତ, ପ୍ରଣବ କିଶୋର ନାୟକ, ଗଙ୍ଗା ସାହୁଙ୍କ ସମେତ ମହିଳା କ˚ଗ୍ରେସ କର୍ମକର୍ତ୍ତା ଓ ଯୁବ କ˚ଗ୍ରେସ ଓ ଛାତ୍ର କ˚ଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande