ତାରାଙ୍କ ଉପରୁ ନିଲମ୍ବନ ହଟାଇବାକୁ ବାଚସ୍ପତିକୁ ନିବେଦନ କଲେ ପ୍ରସନ୍ନ
ଭୁବନେଶ୍ୱର, 12 ମାର୍ଚ୍ଚ (ହି.ସ.) - କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ହଟାଇବାକୁ ବିଧାନସଭା ବାଚସ୍ପତିଙ୍କୁ ନିବେଦନ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି ଯେ ଗତକାଲି ଅପ୍ରତ୍ୟାଶିତ ଘଟଣାରେ ଆମେ ସମସ୍ତେ ଉତରଦାୟୀ । ଆଗରୁ ଏଭଳି ଘଟଣା କେବେ ଘଟ
ତାରାଙ୍କ ଉପରୁ ନିଲମ୍ବନ ହଟାଇବାକୁ ବାଚସ୍ପତିକୁ ନିବେଦନ କଲେ ପ୍ରସନ୍ନ


ଭୁବନେଶ୍ୱର, 12 ମାର୍ଚ୍ଚ (ହି.ସ.) - କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ହଟାଇବାକୁ ବିଧାନସଭା ବାଚସ୍ପତିଙ୍କୁ ନିବେଦନ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି ଯେ ଗତକାଲି ଅପ୍ରତ୍ୟାଶିତ ଘଟଣାରେ ଆମେ ସମସ୍ତେ ଉତରଦାୟୀ । ଆଗରୁ ଏଭଳି ଘଟଣା କେବେ ଘଟି ନଥିଲା ।

ଆଗାମୀ ଦିନରେ ସୁଚାରୁରୂପେ ନ୍ୟାୟପୁର୍ଣ୍ଣ ଭାବେ ଗୃହ ପରିଚାଳନା କରିବା ଆପଣଙ୍କ ଦାୟିତ୍ୱ ଏବଂ ଆମର ମଧ୍ୟ ଦାୟିତ୍ୱ । ଆମେ ସମସ୍ତେ ଲଜ୍ଜିତ। କଂଗ୍ରେସ ସଦସ୍ୟ ବର୍ତମାନ ବାହାରେ ବସିଛନ୍ତି। ତେଣୁ ଗୃହ ଏବେ ଅସମ୍ପୂର୍ଣ୍ଣ। ଏଣୁ କଂଗ୍ରେସ ସଦସ୍ୟଙ୍କ ଉପରୁ ନିଲମ୍ବନ ହଟାଯାଉ ଏବଂ କଂଗ୍ରେସ ସଦସ୍ୟମାନଙ୍କୁ ଗୃହକୁ ଫେରାଇ ଅଣାଯାଉ ବୋଲି ନିବେଦନ କରିଛନ୍ତିି ପ୍ରସନ୍ନ ଆଚାର୍ଯ୍ୟ। ଏହା ନ ହେଲେ ଗୃହ ପରିପୂର୍ଣ୍ଣ ଦେଖାଯିବ ନାହିଁ । ରାଜ୍ୟବାସୀ କ୍ଷମା ଦେବେ ନାହିଁ କିମ୍ବା ସମ୍ବିଧାନ କ୍ଷମା ଦେବ ନାହିଁ। ଏଥିପାଇଁ ସମସ୍ତ ରାଜ୍ୟବାସୀ ବିସ୍ମିତ, ସମସ୍ତଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଉଛି । ଏହା ପରେ ବାଚସ୍ପତି କଂଗ୍ରେସ ବିଧାୟକଙ୍କୁ ବୁଝାଇ ଗୃହକୁ ଆଣିବାକୁ ସରକାରୀ ମୁଖ୍ୟ ସଚେତକ ଓ ଉପ ମୁଖ୍ୟସଚେତକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande