ବ୍ଲକ ସ୍ତରୀୟ ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦଘାଟିତ
ବ୍ଲକ ସ୍ତରୀୟ ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦଘାଟିତ
ବ୍ଲକ ସ୍ତରୀୟ ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦଘାଟିତ


ସମ୍ବଲପୁର, ୧୨ ମାର୍ଚ୍ଚ (ହି.ସ.) ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ବ୍ଲକ ସ୍ତରୀୟ ଜୁନିୟର ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଧନକଉଡ଼ା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଫିସର ବିଶ୍ୱାମିତ୍ର ଦୀପଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵବନ୍ଧୁତାର ବାର୍ତ୍ତା ବହନ କରୁଥିବା ଏହି ପ୍ରଶିକ୍ଷଣର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇ ବିଦ୍ୟାଳୟ ସ୍ତରରେ ପ୍ରଶିକ୍ଷିତ ଜ୍ଞାନକୁ ପ୍ରୟୋଗ କରିବା ପାଇଁ ଉତ୍ସାହିତ କରିଥିଲେ। ଉକ୍ତ ଶିବିରଟି ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁ ଅଗ୍ରୱାଲଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ଜିଲ୍ଲା ରେଡ଼କ୍ରସ ସେକ୍ରେଟାରୀ ରୋଜାଲିନ ତିର୍କୀ, ଜିଲ୍ଲା ରେଡ଼କ୍ରସ ସଂଯୋଜିକା ପ୍ରମିଳା ବେହେରା,ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସୁଜାତା ପଟ୍ଟନାୟକ ପ୍ରମୁଖ ମଂଚାସୀନ ହୋଇଥିଲେ। ପ୍ରଥମ ଦିବସ କାର୍ଯ୍ୟକ୍ରମରେ ହୋପ ସ୍କୋପ ଡ୍ରାଇଭିଂ ସ୍କୁଲର ସଂଯୋଜକ ମନୋରଞ୍ଜନ ପଧାନ ସଡ଼କ ସୁରକ୍ଷା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଡ. ରାମଚରଣ ପଧାନ ନିଶା ନିବାରଣ ସମ୍ପର୍କରେ ପ୍ରଶିକ୍ଷାର୍ଥୀ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବରିଷ୍ଠ କାଉନସେଲର ପଙ୍କଜିନୀ ନାୟକ ରେଡ଼କ୍ରସ ଇତିହାସ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଚାରୋଟି ବ୍ଲକ ଯଥା, ଧନକଉଡା, ରେଙ୍ଗାଲି, ବାମରା ଏବଂ କୁଚିଣ୍ଡା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ମୋଟ ୧୦୦ ଜଣ କାଉନସେଲର ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୁନିୟର ରେଡ଼କ୍ରସ କାଉନସେଲର ଆନନ୍ଦ ଡନସନା, ପ୍ରତାପ ସେନାପତି, ସତ୍ୟନାରାୟଣ ପଣ୍ଡା, ରାଜାରାମ ପଣ୍ଡା, ଲକ୍ଷ୍ମଣ ମେହେର, ତ୍ରିବିକ୍ରମ ରଣା, ତଥା ଧନକଉଡା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande