ଭଦ୍ରକ, ୧୨ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭ।।ଟପଡ଼ା ପଞ୍ଚାୟତ ଅଧୀନ ମଙ୍ଗରାଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାସଙ୍କ ଆବାହକତ୍ୱରେ ସଦ୍ୟ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ନୀଳମଣି ବିଶ୍ୱାଳଙ୍କର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାଟିକୁ ସଂଚାଳନ କରିଥିଲେ କବି ଡ଼ଃ. ଅମୂଲ୍ୟ କୁମାର ସେନାପତି। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ସୋମନାଥ ପାଢ଼ୀ ଓ ମୁଖ୍ୟ ବକ୍ତାଭାବେ କବି ତଥା ଭାଟପଡା ପଞ୍ଚାୟତ ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ଯଦୁମଣି ପାଣିଗ୍ରାହୀ କାର୍ଯ୍ୟାବସର ଓ ବିଦାୟ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷକ ସଙ୍ଘ ସମ୍ପାଦକ ରମାକାନ୍ତ ଦାସ, ବଂଶୀଧର ଦାସ, ମନ୍ମଥ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷୟିତ୍ରୀ ନୀଳମଣି ବିଶ୍ୱାଳ ଦୀର୍ଘ ୨୮ବର୍ଷ ଚାକିରୀ କାଳ କେବଳ ଗୋଟିଏ ମାତ୍ର ମଙ୍ଗରାଜପୁର ବିଦ୍ୟାଳୟରେ ନିଜ କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦନ କରି ଅନେକ ଛାତ୍ରଛାତ୍ରୀ ତିଆରି କରିଛନ୍ତି। ଏହି ସଭାରେ, ଶିକ୍ଷକ ଦୀନବନ୍ଧୁ ବାରିକ ସମେତ ପାଟଣାସାହି କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷକ ଦେବ କିଶୋର ଦାଶଙ୍କ ଏବଂ ପ୍ରାକ୍ତନ ଶିକ୍ଷକ କୃପାସିନ୍ଧୁ ବାରିକ, ରମାମଣି ବେହେରା, ଶ୍ରୀମତୀ ବସାନ୍ତିଲତା ପାତ୍ର, ବିଦ୍ୟାଳୟର ବର୍ତମାନ ଓ ପୂର୍ବତନ ପରିଚାଳନା କମିଟିର ସଭ୍ୟ ଶ୍ରୀମତୀ ସୁକାନ୍ତି ରାଉଳ, ବସନ୍ତ ପଣ୍ଡା, ମୋହନ ବେହେରା, ହରେକୃଷ୍ଣ ପଣ୍ଡା, କୁଶଭଦ୍ର ବାରିକ, ଧନେଶ୍ୱର ପଣ୍ଡା, ବୈଦ୍ୟନାଥ ସେନାପତି, ବିଶ୍ୱରଞ୍ଜନ ତ୍ରିପାଠୀ ଏବଂ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠି ଉପସ୍ଥିତ ଥିଲେ। ଉକ୍ତ ସଭାଟିକୁ ସଂଜୀବ ପାଣିଗ୍ରାହୀ, ସୁମିତ୍ରା ପାଣିଗ୍ରାହୀ, ଉଷାରାଣି ମିଶ୍ର, ଭୂମିକା ମଲ୍ଲିକ ଓ ବାଳାବତୀ ଧଳ ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନର ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ