ଭଦ୍ରକ, ୧୨ ମାର୍ଚ୍ଚ (ହି.ସ.) -ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନେଶ୍ୱର ପାଣିଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସିନ୍ଦୋଳ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ମୃତି କମିଟିର ସଭାପତି ରବିନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି, କବି ରବିକୁମାର ମହାନ୍ତି, ଆଶୁତୋଷ କରଣ, ସମାଜସେବୀ କରୁଣାକର ମହାରଣା, ସରୋଜ କୁମାର ନାୟକ, ଲକ୍ଷ୍ମୀଧର ସାହୁ, ବାଇଧର ପରିଡ଼ା, ସୟଦ ନିୟାଉଦ୍ଦୀନ, ବଳରାମ ମଲ୍ଲିକ, ଦେବେନ୍ଦ୍ର ବାରିକ, ପ୍ରହ୍ଲାଦ କୁଅଁର, ନୀଳାମ୍ବର ପାଣି ପ୍ରମୁଖ ଯୋଗ ଦେଇ ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଶ୍ରଦ୍ଧବାର୍ଷିକ ପାଳନ ଅବସରରେ ସ୍ୱର୍ଗତ ଧନେଶ୍ୱର ପାଣିଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ସ୍ମୃତି ପତ୍ରିକା ଉନ୍ମୋଚିତ ହେବାକୁ ସ୍ଥିର କରାଯାଇଥିଲା। ଏହି ଶ୍ରାଦ୍ଧବାର୍ଷିକ ଉତ୍ସବରେ ସ୍ଥାନୀୟ ଅଞ୍ଚଳର ସମସ୍ତ ବ୍ୟକ୍ତିବିଶେଷ ଯୋଗ ଦେଇ ସ୍ୱର୍ଗତ ଧନେଶ୍ୱର ପାଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନିବେଦନ କରାଯାଇଛି। ଶେଷରେ ତାଙ୍କର ସୁପୁତ୍ର ଅଧ୍ୟାପକ ହରେକୃଷ୍ଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ