କେନ୍ଦ୍ରାପଡ଼ା, ୧୨ ମାର୍ଚ୍ଚ(ହି.ସ.) – ତୁଳସୀ ମହିଳା ମହାବିଦ୍ୟାଳୟରେ ଇତିହାସ ବିଭାଗ ପକ୍ଷରୁ ଇତିହାସ, ସମାଜ, ସାମାଜିକ ଗଣମାଧ୍ୟମ ବିଭିନ୍ନ ଦୃଷ୍ଟିକୋଣ ଶୀର୍ଷକ ଏକ ରାଜ୍ୟସ୍ତରୀୟ ସେମିନାର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଷୟ ବିଶେଷଜ୍ଞ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପତ୍ରକାରିତା ଏବଂ ଗଣ ଯୋଗାଯୋଗ ବିଭାଗର ପ୍ରଫେସର ଡ. ଦେବୀଲାଲ୍ ମିଶ୍ର ଯୋଗଦେଇ ବିଷୟବସ୍ତୁର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ ସୁଦତା ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ରଞ୍ଜନ ସାହୁ ସେମିନାର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। ଇଏସିର ସଂଯୋଜକ ଡ. ମଥୁରୀ ଚରଣ ନାୟକ ଏବଂ ପ୍ରସାଶନିକ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପତି ସେମିନାରର ଉପାଦେୟତା ସମ୍ପର୍କରେ ମତ ରଖିଥିଲେ। ବିଭାଗୀୟ ଅଧ୍ୟାପିକା ଭାରତୀ କୁମାରୀ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗୀୟ ଅଧ୍ୟାପକ ଡ. ପ୍ରଭାକର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ ଶତାଧିକ ଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି