ଜିଲ୍ଲାସ୍ତରୀୟ ବୟନ ଓ ହସ୍ତଶିଳ୍ପ କାରିଗର ସଚେତନତା ଶିବିର
କେନ୍ଦ୍ରାପଡ଼ା, ୧୨ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତ
ଜିଲ୍ଲାସ୍ତରୀୟ ବୟନ ଓ ହସ୍ତଶିଳ୍ପ କାରିଗର ସଚେତନତା ଶିବିର


କେନ୍ଦ୍ରାପଡ଼ା, ୧୨ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନହଲ ପରିସରରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶୀଳ୍ପ ବିଭାଗ ପକ୍ଷରୁ କାରିଗର ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଛି । କେନ୍ଦ୍ରାପଡ଼ା ହସ୍ତଶିଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଶିବିରକୁ ହସ୍ତଶୀଳ୍ପ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଓଡିଶା ଗ୍ରାମ୍ୟ ବ୍ୟାଙ୍କ ର ଜିଲ୍ଲା ସଂଯୋଜକ ରାକେଶ କୁମାର ଦାଶ, ଓରମାସର ଡେପୁଟି ସିଈଓ ନିରୋଦ କୁମାର ଜେନା, ଓଏଲଏମର ଡିପିଏମ ପ୍ରଶାନ୍ତ କୁମାର ପାଢ଼ୀ, ରାଜ୍ୟ ପୁରସ୍କାର ପ୍ରାପ୍ତ ପଟ୍ଟଚିତ୍ର ହସ୍ତଶିଳ୍ପୀ ପ୍ରିୟବ୍ରତ ଜେନା, କାଇଁଚ ହସ୍ତଶିଳ୍ପୀ ବିଜୟାଲକ୍ଷ୍ମୀ ସ୍ୱାଇଁ ଅତିଥି ଭାବେ ମଂଚାସୀନ ଥାଇ ହସ୍ତଶିଳ୍ପୀମାନଙ୍କୁ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା କୁମ୍ଭକାରସଙ୍ଘର ସମ୍ପାଦକ ତଥା ଆଇନଜୀବି ବିଚିତ୍ରାନନ୍ଦ ବେହେରା ମଂଚ ପରିଚାଳନା କରିଥିଲେ । ବରିଷ୍ଠ ହସ୍ତଶୀଳ୍ପ ବିକାଶ ଅଧିକାରୀ ସତ୍ୟଜିତ ବେହେରା ସ୍ୱାଗତ ଭାଷଣ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ହସ୍ତଶୀଳ୍ପ କ୍ଷେତ୍ରରେ ମୁଖ୍ୟତଃ କାଇଁଚ କାମ, ଟେରାକୋଟା, କତା କଣ୍ଢେଇ, ଚାନ୍ଦୁଆ କାମ, ପଟ୍ଟଚିତ୍ର, ବେତ ବାଉଁଶ, ପଥର ଖୋଦେଇ ଇତ୍ୟାଦି କ୍ରାଫ୍ଟରେ ହସ୍ତଶିଳ୍ପୀ ମାନେ କାମ କରୁଛନ୍ତି । ସରକାରଙ୍କ ଯୋଜନାରୁ ଲାଭ ଉଠାଇ ହସ୍ତଶିଳ୍ପୀମାନେ ଉପକୃତ ହୋଇପାରିବେ ଏବଂ ସାମଗ୍ରୀ ଉତ୍ପାଦ ବୃଦ୍ଧି କରିପାରିବେ ସେ ନେଇ ସଚେତନ କରାଯାଇଥିଲା । ଅନ୍ୟତମ ହସ୍ତଶୀଳ୍ପ ବିକାଶ ଅଧିକାରୀ ଦିନେଶ ସାହୁ, ହସ୍ତଶୀଳ୍ପ ବିକାଶ ଅଧିକାରିଣୀ ଦିପ୍ତିମୟୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଟେରାକୋଟା ନିପୁଣ ହସ୍ତଶିଳ୍ପୀ ନିରଞ୍ଜନ ବେହେରା, ଚାନ୍ଦୁଆ କାମ ନିପୁଣ ହସ୍ତଶିଳ୍ପୀ ରେସମା ବେଗମ, କାଇଁଚ ନିପୁଣ ହସ୍ତଶିଳ୍ପୀ ସ୍ୱର୍ଣ୍ଣପ୍ରଭା ସ୍ୱାଇଁ ପ୍ରମୁଖ ନିଜର ଅଭିଜ୍ଞତା ଆଳରେ ଉପସ୍ଥିତ ହସ୍ତଶିଳ୍ପୀ ମାନଙ୍କୁ ସଚେତନ କରାଇଥିଲେ କ୍ଷ ହସ୍ତଶିଳ୍ପୀ ତପନ ବେହେରା, ସୁବଳ ମୁଦୁଲି, ତପସ୍ୱିନୀ ନାୟକ, ସ୍ୱପ୍ନାରାଣୀ ପୃଷ୍ଟି, ସୁଚିତ୍ରା ଜେନା, ଭାଗ୍ୟଧର ମହାରଣା, ପାର୍ବତୀ ସ୍ୱାଇଁ, ରୁକ୍ମଣୀ ନାୟକଙ୍କ ସମେତ ଶତାଧିକ ହସ୍ତଶିଳ୍ପୀ ଯୋଗ ଦେଇଥିଲେ ଶେଷେର ହସ୍ତଶୀଳ୍ପ ବିକାଶ ଅଧିକାରୀ ପ୍ରିୟଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ହସ୍ତଶିଳ୍ପୀ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande