ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା
ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା
ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା


ସମ୍ବଲପୁର, ୧୧ ମାର୍ଚ୍ଚ (ହି.ସ.)

ଆଜି ପୂର୍ବାହ୍ନରେ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗର ମିଳିତ ଆନୁକୂଲ୍ୟରେ ଲକ୍ଷପତି ଦିଦି ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର , ପୂର୍ବତନ ବିଧାୟକ ଶ୍ରୀ ନାଉରି ନାଏକ ଜିଲ୍ଲାପାଳ ସମ୍ବଲପୁର, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ),ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରେଣୁବାଳା ନନ୍ଦ ଙ୍କ ସମେତ ଅନ୍ୟ ପ୍ରମୁଖ ପ୍ରଶାସନିକ ଅଧିକାରୀ, ସମସ୍ତ ବ୍ଲକ ରୁ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପସ୍ଥିତ ଥିଲେ ।ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର କହିଥିଲେ ଲକ୍ଷପତି ଦିଦି ର ସ୍ଵପ୍ନ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଖିଥିଲେ, ତାଙ୍କ ସ୍ଵପ୍ନ କୁ କେବଳ ଆପଣ ମହିଳା ମାନେ ପୁରା କରିପାରିବେ, ସେଥିପାଇଁ ଯୋଜନା ବିଷୟରେ ଭଲ ଭାବେ ଅବଗତ ହୁଅନ୍ତୁ ଏବଂ କଠିନ ପରିଶ୍ରମ କରନ୍ତୁ। ପୂର୍ବତନ ବିଧାୟକ ଶ୍ରୀ ନାଉରି ନାଏକ ସରକାର ମହିଳା ମାନଙ୍କର ବିକାଶ ନିମନ୍ତେ ଅନେକ ଯୋଜନା ଆରମ୍ଭ କରିଛନ୍ତି ସେଥିମଧ୍ୟରୁ ଲକ୍ଷପତି ଦିଦି ସହାୟତା ଯୋଜନା ଏକ ପ୍ରମୁଖ ଯୋଜନା ବୋଲି କହିଥିଲେ । ମହିଳା ମାନଙ୍କୁ ସମସ୍ତ ସରକାରୀ ଯୋଜନା ର ଉପଯୁକ୍ତ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ନିଜେ ଆତ୍ମନିର୍ଭର ହୁଅ ଓ ଜଣେ ଲକ୍ଷପତି ଦିଦି ହେବା ପାଇଁ ପ୍ରୟାସ କର। ତେବେ ଯାଇ ଆମର ଅଭିବୃଦ୍ଧି ହେବ ଏବଂ ଓଡିଶା ୨୦୩୬ ସୁଦ୍ଧା ଏକ ବିକଶିତ ରାଜ୍ୟ ରେ ପରିଣତ ହେବ ବୋଲି ଶ୍ରୀ ନାଏକ କହିଥିଲେ। ଜିଲ୍ଲାପାଳ ସମ୍ବଲପୁର, ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଆଇ.ଏ.ଏସ) ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ନିଜ ଜୀବିକା ଜରିଆରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜି ନିଜକୁ ଜଣେ ଜଣେ ଲକ୍ଷପତି ଦିଦି ଭାବେ କିପରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବା ପାଇଁ ମହିଳା ମାନଙ୍କୁ ଆହ୍ଵାନ ଦେଇଥିଲେ।ଅଧିକରୁ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ)ଙ୍କୁ ତାଲିମ ପ୍ରଦାନ କରାଯାଊଛି। ଆମ ଜିଲ୍ଲାରେ ୧୧.୦୩.୨୦୨୫ ଏବଂ ୧୨.୦୩.୨୦୨୫ ରେ ଦୁଇ ଦିନ ପାଇଁ ଏହି କର୍ମଶାଳାର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ୧୧.୦୩.୨୦୨୫ ରେ ସମ୍ବଲପୁର ଜିଲ୍ଲାର ବାମରା, କୁଚିଣ୍ଡା, ଜମନକିରା ଏବଂ ଜୁଜୁମରା ବ୍ଲକଗୁଡ଼ିକ ରେ ଏବଂ ୧୨.୦୩.୨୦୨୫ ବାକି ୫ଟି ବ୍ଲକ ରେ ଅନୁଷ୍ଠିତ ହେବ । ଏହି ବର୍ଷରେ ଆମେ ପ୍ରାୟ ୧୯୨୫୨ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛୁ ଏବଂ ଏଥି ମଧ୍ୟ ରୁ ଆମେ ପ୍ରାୟ ୨୪୬୨୩ ସମ୍ଭାବ୍ୟ ଲଖପତି ଦିଦି ଚିହ୍ନଟ କରିଛୁ। ତାଲିମପ୍ରାପ୍ତ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ) ସେମାନଙ୍କର ତ୍ରୈମାସିକ ଆୟ ପାଇ ପାରିବେ ବୋଲି କହିଥିଲେ। ତୃତୀୟ ତ୍ରୈମାସିକ ରିପୋର୍ଟ ଅନୁଯାୟୀ ପ୍ରାୟ ୧୨୫୯୫ ଲକ୍ଷପତି ଦିଦି ସୃଷ୍ଟି କରିସାରିଛୁ ଏବଂ ଆଶା କରୁଛି ଯେ ଏହି ପ୍ରକାରର ପଦକ୍ଷେପ ମାଧ୍ୟମରେ, ଆମେ ଏହି ଆର୍ଥିକ ବର୍ଷର ଶେଷ ସୁଦ୍ଧା ଆମର ଲକ୍ଷ୍ୟ ହାସଲ କରିବୁ ବୋଲି ଜିଲ୍ଲାପାଳ କହିଥିଲେ। ଲକ୍ଷପତି ଦିଦି ସୃଷ୍ଟି କରିବାରେ ରାଜ୍ୟ ସ୍ତରରେ ସମ୍ବଲପୁରଜିଲ୍ଲା ପ୍ରଥମ ସ୍ଥାନ ରେ ଅଛି ଯାହା ଆମ ପାଇଁ ଗୌରବ ର କଥା।

ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ ହିତାଧିକାରୀମାନଙ୍କୁ ସେମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ସଚେତନ କରାଇବା ଏହି ଲକ୍ଷପତି ଦିଦି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ସରକାରଙ୍କ ଏକ ଅଗ୍ରଣୀ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା କୁ ଅଧିକ ସୁଦୃଢ଼ କରିବା ପାଇଁ, ଓଡ଼ିଶା ସରକାର ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି, ଯାହା ମାଧ୍ୟମରେ ସମସ୍ତ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ), ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ। ଯେହେତୁ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ (ସିଏସଏସ) ତୃଣମୂଳ ସ୍ତରରେ ଲକ୍ଷପତି ଦିଦି ଯୋଜନାକୁ ସଫଳ ରୂପେ କାର୍ଯ୍ୟକାରୀ କରି ଅଧିକରୁ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି ସୁନିଶ୍ଚିତ କରିବା ପାଇଁ ନିଯୁକ୍ତ ହୋଇଛନ୍ତି, ସେଥିପାଇ ସେମାନଙ୍କର କ୍ଷମତା ବୃଦ୍ଧି ଏବଂ ବୁଝାମଣା ସ୍ତରକୁ ଉନ୍ନତ କରିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ କି ଲକ୍ଷପତି ଦିଦି ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଜିଲ୍ଲା ସ୍ତରୀୟ ଷ୍ଟିଅରିଂ କମିଟି ଗଠନ କାରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande