ଇସ୍ରାଏଲ ଗାଜାରେ ହମାସର ସାମରିକ ଗୁପ୍ତଚର ବିଭାଗର ମୁଖ୍ୟ ଓସାମା ତବାସଙ୍କୁ ହତ୍ୟା
ଗାଜା ପଟ୍ଟୀ 22 ମାର୍ଚ୍ଚ (ହି.ସ)-ଇସ୍ରାଏଲ ଡିଫେନ୍ସ ଫୋର୍ସେଜ (ଆଇଡୀଏଫ) ଦକ୍ଷିଣ ଗାଜାରେ ଆତଙ୍କୀ ଗୋଷ୍ଠୀ ହମାସକୁ ଧ୍ୱଂସ କରିବା ଅଭିଯାନରେ ତାଙ୍କର ସୈନ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ଓସାମା ତବାଶଙ୍କୁ ହତ୍ୟା କରାଯାଇଛି।ତବାସ ହମାସରେ ବିଭିନ୍ନ ବରିଷ୍ଠ ପଦବୀ
ଇସ୍ରାଏଲ ଗାଜାରେ ହମାସର ସାମରିକ ଗୁପ୍ତଚର ବିଭାଗର ମୁଖ୍ୟ ଓସାମା ତବାସଙ୍କୁ ହତ୍ୟା


ଗାଜା

ପଟ୍ଟୀ 22 ମାର୍ଚ୍ଚ (ହି.ସ)-ଇସ୍ରାଏଲ ଡିଫେନ୍ସ ଫୋର୍ସେଜ (ଆଇଡୀଏଫ) ଦକ୍ଷିଣ ଗାଜାରେ ଆତଙ୍କୀ

ଗୋଷ୍ଠୀ ହମାସକୁ ଧ୍ୱଂସ କରିବା ଅଭିଯାନରେ ତାଙ୍କର

ସୈନ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ଓସାମା ତବାଶଙ୍କୁ ହତ୍ୟା କରାଯାଇଛି।ତବାସ ହମାସରେ ବିଭିନ୍ନ ବରିଷ୍ଠ

ପଦବୀରେ ରହିଆସିଛନ୍ତି।ତାଙ୍କୁ ଖାନ ୟୁନିସ ବିଗ୍ରେଡରେ ବଟାଲିୟନ କମାଣ୍ଡର ମଧ୍ୟ କରାଯାଇଥିଲା।

ଆଇଡୀଏଫ

ଏକ୍ସ ହ୍ୟାଣ୍ଡଲରେ ଏହି ଘୋଷଣା କରି କହିଛନ୍ତି ଯେ ତବାସ ହମାସର ଯୁଦ୍ଧ ରଣନୀତି ପ୍ରସ୍ତୁତ

କରୁଛି।ଆଇଡୀଏଫ ଏକ୍ସ ପୋଷ୍ଟରେ ଓସାମା ତବାସଙ୍କ ଫଟୋ ମଧ୍ୟ ଜାରି କରିଛି।ଏହାରି ମଧ୍ୟରେ ଦ

ଟାଇମ୍ସ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ ଆତଙ୍କୀ ଗୋଷ୍ଠୀ ହୁତି ଇସ୍ରାଏଲକୁ ବେନ ଗୁରିୟନ ବିମାନବନ୍ଦରକୁ ଟାର୍ଗେଟ କରିବାକୁ ଧମକ ଦେଇଛି।ହୁତି

କହିଛନ୍ତି ଯେ ଗାଜା ବିରୋଧରେ ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ନିଆଯିବ । ଅନ୍ୟ ଖବର ଅନୁସାରେ

ଆଇଡୀଏଫ ସିରିଆର ସାମରିକ ବିମାନବନ୍ଦରରେ ଏୟାର

ଷ୍ଟ୍ରାଇକ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande