ଭୁବନେଶ୍ୱର, ୦୪ ମଇ (ହି.ସ.) - ଚଳିତ ମାସ ୨ ରୁ ୪ ମେ ୨୦୨୫ ପର୍ଯ୍ୟନ୍ତ ଜବାହାରଲାଲ ନେହେରୁ ଷ୍ଟାଡିଅମ, ନୂଆଦିଲ୍ଲୀରେ ୱାର୍ଲ୍ଡ ପାରା ଆଥଲେଟିକସ ଓ ପାରା ଅଲମ୍ପିକ କମିଟି ଅଫ୍ ଇଣ୍ଡିଆର ସଂଯୁକ୍ତ ବ୍ୟବସ୍ଥାପନାରେ ତୃତୀୟ ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରୋଗ୍ରାମ ଆୟୋଜିତ ହୋଇଥିଲା। ଏଥିରେ ଓଡିଶାରୁ ୧୩ ଜଣ ଟେକ୍ନିକାଲ ଅଫିସିଆଲ ଯୋଗଦେଇ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ।
ଯୋଗଦେଇଥିବା ବ୍ୟକ୍ତିମାନେ ହେଲେ ଶୋଭାରାଣୀ ଡୋରା, ପତ୍ରପୁଷ୍ପ ମହାନ୍ତି (ଅଧ୍ୟାପିକା ଜିସିପି), ପୂଜା ବେହେରା (କନିଷ୍ଠ କ୍ରୀଡା ପ୍ରଶିକ୍ଷକ), ଗୋପାଳ ସୋନି, ଦେବାଶିଷ ଦାସ, ବିକାଶ ସ୍ୱାଇଁ, ଲକ୍ଷ୍ମୀଧର ମହାନ୍ତି (କ୍ରୀଡା ଶିକ୍ଷକ), ଲିପ୍ସା ମିଶ୍ର, ମାଲବକା ମିଶ୍ର, ରୋନାଲି ସାହୁ, ବିଷ୍ଣୁପ୍ରିୟା ସାହୁ, ପ୍ରିୟରଞ୍ଜନ ନାୟକ, ଦେବାମୃତ ସାହୁ।
ଓଡିଶାର ପାରା କ୍ରୀଡାକୁ ତୃଣମୂଳ ସ୍ତରରେ ବିକାଶ କରିବା ଏବଂ ଉନ୍ନତି ପଥରେ ଆଗେଇ ନେବା ଲକ୍ଷ୍ୟରେ, ପାରା ସ୍ପୋର୍ଟ୍ସ ଆସୋସିଏସନ ଓଡିଶାର ସଭାପତି କମଳାକାନ୍ତ ରଥ ଓ ସମ୍ପାଦକ ସୁନୀଲ ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଓ ବଧାଇ ଜଣାଇଛନ୍ତି। ଏହି ପ୍ରଶିକ୍ଷଣ ପ୍ରୋଗ୍ରାମ ମାଧ୍ୟମରେ ଅଫିସିଆଲମାନେ ଆଗାମୀ ୱାଲର୍ଡ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୫ ରେ ଦେଶକୁ ପ୍ରତିନିଧିତ୍ୱ କରି ଓଡିଶାର ଗର୍ବ ବଢ଼େଇବେ ବୋଲି ଆଶା କରାଯାଉଛି। ଏହି ସଫଳତା ଓଡିଶାର ପାରା କ୍ରୀଡାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା