ଏସୀୟ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର,୨୯ ଏପ୍ରିଲ (ହି.ସ.) - ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ୨ୟ ଏସୀୟ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ୨୦୨୫ରେ ଓଡ଼ିଶାର ନିବେଦିତା ସାହୁ ବରିଷ୍ଠ ଟ୍ରାଡିସନାଲ ବର୍ଗରେ ଏବଂ ଓମ କୁମାର ପାତ୍ର ଉପ-କନିଷ୍ଠ ରିଦିମିକ ଓ ଆର୍ଟିଷ୍ଟିକ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ର
ଏସୀୟ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା


ଭୁବନେଶ୍ୱର,୨୯ ଏପ୍ରିଲ (ହି.ସ.) - ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ୨ୟ ଏସୀୟ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ୨୦୨୫ରେ ଓଡ଼ିଶାର ନିବେଦିତା ସାହୁ ବରିଷ୍ଠ ଟ୍ରାଡିସନାଲ ବର୍ଗରେ ଏବଂ ଓମ କୁମାର ପାତ୍ର ଉପ-କନିଷ୍ଠ ରିଦିମିକ ଓ ଆର୍ଟିଷ୍ଟିକ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେମାନଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କ ଏହି ଅସାମାନ୍ୟ ପ୍ରଦର୍ଶନ ଭବିଷ୍ୟତରେ ଆଉ ଅନେକ ଯୁବ ପ୍ରତିଭାଙ୍କୁ ପ୍ରେରଣା ଦେବ। ନିବେଦିତା ଏବଂ ଓମଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande