ଭୁବନେଶ୍ୱର,୨୯ ଏପ୍ରିଲ (ହି.ସ.) - ଜୁନିୟର ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନସିପ୍ ରେ କାଂସ୍ୟ ପଦକ ଜିତିଥିବା ଓଡ଼ିଶାର ଦୁଇ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଜୁନିୟର ଜିମ୍ନାଷ୍ଟିକ୍ସ ଜାତୀୟ ଚାମ୍ପିୟନସିପ୍ ୨୦୨୫-୨୬ ରେ ଓଡ଼ିଶାର ଆଜାଦ ଲସ୍କର ଷ୍ଟିଲ୍ ରିଙ୍ଗ୍ ଏବଂ ହରିଜଂଟାଲ୍ ବାର୍ ଇଭେଂଟରେ ୨ଟି କାଂସ୍ୟ ପଦକ ଓ ବିରୁ ଚନ୍ଦ୍ର ରାଓ ଭଲ୍ଟ୍ ଇଭେଂଟ୍ ରେ କାଂସ୍ୟ ପଦକ ଜିତି ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି। ସେମାନଙ୍କର ଅବିଶ୍ୱସନୀୟ କୌଶଳ, ପରିଶ୍ରମ, କ୍ରୀଡ଼ା ପ୍ରତି ସମର୍ପଣ ଓ ସଫଳତା ଭବିଷ୍ୟତ ପିଢ଼ିକୁ ପାଇଁ ପ୍ରେରଣା ସାଜିବ। ଉଭୟ ଯୁବ ପ୍ରତିଭାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା