ଭଦ୍ରକ, ୨୯ ମାର୍ଚ୍ଚ (ହି.ସ.) - ତିନୋଟି ସ୍ତ୍ରୀ କୁ ବିବାହ କରି ସେମାନଙ୍କୁ କୁ ପ୍ରତାରଣା କରି ବିଦା କରିବାପରେ ନିଜର ଭାଣିଜି କୁ ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଯାଇ ଥିବା ବେଳେ ଧାମନଗର ପୋଲିସ ଅଭିଯୁକ୍ତ ପ୍ରେମିକ ଓ ନାବାଳିକା ଝିଅକୁ ଉଦ୍ଧାର କରିଛି।ଘଟଣା ରୁ ପ୍ରକାଶ ଯେ ଯାଜପୁର ଜିଲ୍ଲା ଦଶରଥପୁର ଥାନା ବହାବଲପୁର ଅଂଚଳ ର ଦିବାକର ଜେନା ଙ୍କ ପୁଅ ପ୍ରଭାତ ଜେନା (୪୮) ନିକଟରେ ବିଭିନ୍ନ ଅଂଚଳ ରୁ ତିନିଟି ସ୍ଥାନ ରେ ତିନୋଟି ସ୍ତ୍ରୀ ରହିଛନ୍ତି। ପ୍ରଥମ ସ୍ତ୍ରୀ ର ୨ ଟି ପୁଅ,ଦ୍ୱିତୀୟ ସ୍ତ୍ରୀ ର ଗୋଟେ ପୁଅ ଦୁଇ ଝିଅ ଓ ତୃତୀୟ ସ୍ତ୍ରୀ ର ଗୋଟେ ପୁଅ ଅଛନ୍ତି।ତେବେ ସେମାନଙ୍କୁ ଦୂରେଇ ରଖିଛି ତାଙ୍କ ସହ କୌଣସି ସମ୍ପର୍କ ବି ନାହିଁ। ତିନୋଟି ସ୍ତ୍ରୀ କୁ ଛାଡି ଧାମନଗର ଅଞ୍ଚଳ ରେ ପ୍ରଭାତ ତାଙ୍କ ଭଉଣୀ ଘରେ ରହୁଥିଲେ ।କିଛିଦିନ ରହିଲା ପରେ ପ୍ରଭାତ ତାର ନାବାଳିକା ଭାଣିଜି ଉପରେ ଖରାପ ନଜର ପକାଇଥିଲା ଏପରି କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି କଲିକତା ର ଦୁର୍ଗାପୁର ର ଏକ ଭଡା ଘରେ ନେଇ ରଖିଥିଲା ।ତେବେ ଝିଅର ପରିବାର ପକ୍ଷରୁ ଧାମନଗର ଥାନା ରେ ଅଭିଯୋଗ ପରେ ଥାନା ରେ କେଶ ନମ୍ବର ୧୦୯/୨୫ ରେ ଏକ ମାମଲା ରୁଜୁ କରା ଯାଇ ତଦନ୍ତ ଚାଲିଥିଲା। ତେବେ ଭଦ୍ରକ ଏସ ପି ଙ୍କ ନିର୍ଦେଶ କ୍ରମେ ପୋଲିସ ଦ୍ୱାରା ଏକଟିମ ଦୁର୍ଗାପୁର ଯାଇ ଉଭୟ ମାମୁଁ ଭାଣିଜି କାବୁ କରି ଥାନା କୁ ଆଣିଥିଲେ।ଶନିବାର ନାବାଳିକା କୁ ଡ଼ାକ୍ତର ମାଇନା କରାଯାଇ ଭଦ୍ରକ ରେ ଆଶୀୟାନା ରେ ରଖା ଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ପ୍ରଭାତ କୁ ପଚରା ଉଚରା କରୁଛନ୍ତି ବୋଲି ତଦନ୍ତକାରି ଅଧିକାରୀ ରାଜେଶ୍ ସେଠୀ ସୂଚନା ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ