ଆଜି ସତ୍ୟଅଧିକାରି ଛକରେ ହେବ ଦଣ୍ତ ନାଚ
ଜୟପୁର, ୨୯ ମାର୍ଚ୍ଚ (ହି.ସ) ପାରାବେଡା ସ୍ଥିତି ସତ୍ୟ ଅଧିକାରୀ ଛକ ନିକଟରେ ଆସନ୍ତା କାଲି ଦଣ୍ତନାଚ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଦଣ୍ତଯାତ୍ରା ଗାଁ ଗହଳିଠ ରୁ ଅରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଦଳ ଦଳ ହୋଇ ମାନସିକଧାରୀ ଦଣ୍ତୁଆ ମାନେ ଦଣ୍ତନାଚ ଦେଖାଉଛନ୍ତି। ଆଗକୁ ମ
ଆଜି ସତ୍ୟଅଧିକାରି ଛକରେ ହେବ ଦଣ୍ତ ନାଚ


ଜୟପୁର, ୨୯ ମାର୍ଚ୍ଚ (ହି.ସ) ପାରାବେଡା ସ୍ଥିତି ସତ୍ୟ ଅଧିକାରୀ ଛକ ନିକଟରେ ଆସନ୍ତା କାଲି ଦଣ୍ତନାଚ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଦଣ୍ତଯାତ୍ରା ଗାଁ ଗହଳିଠ ରୁ ଅରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଦଳ ଦଳ ହୋଇ ମାନସିକଧାରୀ ଦଣ୍ତୁଆ ମାନେ ଦଣ୍ତନାଚ ଦେଖାଉଛନ୍ତି। ଆଗକୁ ମହାବିଷୁବ ସ˚କ୍ରାନ୍ତି ଥିବା ଯୋଗୁଁ ପରମ୍ପରା ଅନୁଯାୟୀ ଏହି ସ˚କ୍ରାନ୍ତିର ୨୧ ଦିନ, ୧୮ ଦିନ ଅବା ୧୩ ଦିନ ପୂର୍ବରୁ ପ୍ରତିଟି ସ୍ଥାନରେ ପ୍ରସିଦ୍ଧ ଦଣ୍ତଯାତ୍ରା ହୋଇଥାଏ। ପ୍ରତି ଅଞ୍ଚଳର ଦଣ୍ତୁଆ ଦଳ ନିଜ ନିଜ ସ୍ଥାନରେ ଥିବା କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ବାହାରିଥାନ୍ତି। ସ˚କ୍ରାନ୍ତି ଦିନ ସେହି ମନ୍ଦିରକୁ ପୁଣି ଥରେ ଫେରିଥାନ୍ତି। ନୀତିକାନ୍ତି ପ୍ରକାରେ ଯାତ୍ରା ଉଦଯାପିତ କରିଥାନ୍ତି।

ଦଣ୍ତୁଆ ମାନେ ପ୍ରତିଦିନ ଅତ୍ୟନ୍ତ ନିଷ୍ଠାର ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଧୂଳିଦଣ୍ତ, ପାଣି ଦଣ୍ତ, ଓ ଅଗ୍ନିଦଣ୍ତ ଖେଳିଥାନ୍ତି। ତେବେ ଏହାରି ମଧ୍ୟରେ ଏବେ ଦଣ୍ତୁଆ ମାନଙ୍କ ଢୋଲ, ମହୁରୀ ଓ ନାଚ ଗୀତରେ ସାରା ଅଞ୍ଚଳ ପୁରି ଉଠେ। ମୁନି ରୁଷିଙ୍କ ହଟଯୋଗ ପରମ୍ପରାରୁ ସୃଷ୍ଟି ଏହି ଦଣ୍ତଯାତ୍ରା। ଏହି ସମୟରେ ନିଜ ଶରୀରକୁ ପୀଡା ଦେଇ ମାନସିକଧାରୀ ମାନେ ମୁନିରୁଷି ରୁପେ ଜୀବନ ଧାରଣ କରିଥାନ୍ତି। ଅନ୍ୟପଟେ ଏହି ବ୍ରତକୁ ନେଇ ବହୁଜଣଙ୍କର ବିଶ୍ବାସ ମଧ୍ୟ ରହିଛି। ଦିନ ସମୟରେ ଦଣ୍ତନାଚ କରିବା ପରେ ରାତିରେ ମନୋରଞ୍ଜନ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ଦିନରେ ମାନସିକ ଧାରୀ ଭକ୍ତଙ୍କ ଘର ସମ୍ମୁଖରେ ଦଣ୍ତୁଆ ମାନେ ପାଣି ଢାଳି ଧୂଳି ଦଣ୍ତ ପରିବେଷଣ କରିଥାନ୍ତି। ପରେ ଜଳାଶୟରେ ପାଣିଦଣ୍ତ କରିଥାନ୍ତି। ଏହି ଦଣ୍ତନାଚ ଦେଖିବା ନିମନ୍ତେ ସମସ୍ତ ଭକ୍ତଙ୍କୁ ପାରାବେଡା କମିଟି ପକ୍ଷରୁ ପ୍ରସାଦ ପାଢି ନିମନ୍ତ୍ରଣ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande