ସମ୍ବଲପୁର, ୨୯ ମାର୍ଚ୍ଚ (ହି.ସ.)- ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଶନିବାର ଦିନ +୩ କଳା ଓ ବିଜ୍ଞାନ ଶ୍ରେଣୀର ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । + ୩ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ର ଛାତ୍ରୀ ବୃନ୍ଦ ତଥା ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀମାନେ ଏହିି ସମାବେଶ ରେ ଭାଗ ନେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଦେବେଶ କୁମାର ବିଶ୍ଵାଳ ଓ ଶେଷଦେବ ବିଶ୍ୱାଳ ଶେଷବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ପରବର୍ତ୍ତୀ ଭବିଷ୍ଯତ ଜୀବନ ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ନିବେଦନ କରିଥିଲେ । ଶେଷ ବର୍ଷର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟରେ ସେମାନଙ୍କର ଅନୁଭୂତି ଓ ସଫଳତା ବର୍ଣ୍ଣନା କରିଥିବା ବେଳେ ସେମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଛାତ୍ରୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ