କେନ୍ଦ୍ରାପଡା, ୨୯ ମାର୍ଚ୍ଚ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ବାର୍ ଆସୋସିଏସନ୍ ର ନିର୍ବାଚନ ସହ ଫଳାଫଳ ଘୋଷଣା କରାଯାଇଛି । ଏଥିରେ ବରିଷ୍ଠ ଆଇନଜୀବି ଗୋବର୍ନ୍ଧନ ରାଉତ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ନୃସିଂହ ଚରଣ ରାଉତ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ମୋଟ୍ ୫୪୨ ଭୋଟର ଙ୍କ ମଧ୍ୟରୁୁ ୫୦୯ ଜଣ ମତଦାନ ସାବ୍ୟସ୍ତ କରିଥିଲେ । ସେଥି ମଧ୍ୟରୁ ୪ଟି ଭୋଟ ନାକଚ ହୋଇଥିବା ବେଳେ ୫୦୫ ବୈଧ ଭୋଟରୁ ଶ୍ରୀ ରାଉତ ୨୮୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ରବି ନାରାୟଣ ମହାନ୍ତି ୨୨୫ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିଭଳି ଉପ ସଭାପତି ଭାବେ ହାଡିବନ୍ଧୁ ସିଂହ ୩୧୪ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ପ୍ରତିଦ୍ୱନ୍ଦୀ ଅଞ୍ଜନା ମହାନ୍ତି ୧୯୪ ଖଣ୍ଡ ଭୋଟ୍ ପାଇଛନ୍ତି । ସଂପାଦକ ପ୍ରାର୍ଥୀ ନୃଂସିହ ଚରଣ ରାଉତ ୨୬୦ ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଥିବା ବେଳେ ପ୍ରତିଦ୍ୱନ୍ଦୀ ଅଜୟ କୁମାର ମହାନ୍ତି ୧୫୧ ଖଣ୍ଡ ଓ ଅରକ୍ଷିତ ସୁଆର ୯୬ ଖଣ୍ଡ ଭୋଟ ପାଇଛନ୍ତି । କୋଷାଧ୍ୟକ୍ଷ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ବିଭୂତି ଭୂଷଣ କର ୩୪୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ୱନ୍ଦିତା କରୁଥିବା ଚୈତନ୍ୟ ଚରଣ ମଲିକ ୧୬୬ ଖଣ୍ଡ ଭୋଟ ପାଇଥିବା ଜଣାପଡିଛି । ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବି ସଂଜୟ କୁମାର ପତ୍ରୀ ଏହି ନିର୍ବାଚନ କରି ଫଳାଫଳ ଘୋଷଣା କରିଥିବା ସୂଚନା ମିଳିଛି । ଆଜି ସକାଳ ୮ ରୁ ଦିନ ୩ଟା ମଧ୍ୟରେ କୋର୍ଟ ପରିସର ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରବି