ବୃଦ୍ଧଙ୍କ ମୃତ୍ୟୁ, ଭୋକ ଉପାସରେ ମୁତ୍ୟୁ ଅନୁମାନ
ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ଆଜି ତୁଳସୀ ନଗର ଅଂଚଳରେ ନିମାଇଁ ଚରଣ ଦାଶ ନାମକ ଜଣେ ବୃଦ୍ଧଙ୍କ ଭୋକ ଉପାସରେ ମୁତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆଜି ବୃଦ୍ଧ ଜଣକ ରାସ୍ତା କଡ଼ରେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ବଲାଙ୍ଗିର ପୌର ଅଧ୍ୟକ୍ଷା ଲୀକା ସାହୁ ସେହି ଅଞ୍ଚଳ ଦେଇ ଯାଉଥିବା ବେଳ
ବୃଦ୍ଧ ଙ୍କ ଅଂଶୁଘାତ ରେ ମୃତ୍ତ୍ୟୁ


ବଲାଙ୍ଗିର, ୨୯ ମାର୍ଚ୍ଚ (ହି.ସ.)- ଆଜି ତୁଳସୀ ନଗର ଅଂଚଳରେ ନିମାଇଁ ଚରଣ ଦାଶ ନାମକ ଜଣେ ବୃଦ୍ଧଙ୍କ ଭୋକ ଉପାସରେ ମୁତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆଜି ବୃଦ୍ଧ ଜଣକ ରାସ୍ତା କଡ଼ରେ ଶୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ବଲାଙ୍ଗିର ପୌର ଅଧ୍ୟକ୍ଷା ଲୀକା ସାହୁ ସେହି ଅଞ୍ଚଳ ଦେଇ ଯାଉଥିବା ବେଳେ ଏହା ଦେଖି ପୋଲିସକୁ ଖବର ଦେଇ ଥିଲେ। ପୋଲିସ ପହଞ୍ଚି ତାକୁ ମରିଯାଇଥିବା ଦେଖି ଥିଲେ। ଗରିବ ହୋଇ ଥିବାରୁ ଏଣେ ତେଣେ ମାଗି ଯାଚି ଖାଉଥିବା ବେଳେ ଆଜି ସକାଳୁ କିଛି ଖାଈ ନଥିବା ତାର ଘରଲୋକ କହିଥିଲେ। ନିଜ ଘର ନଥିବାରୁ ସେମାନେ ଭଡ଼ା ଘରେ ରହୁଥିବା ଵେଳେ ବୃଦ୍ଧ ଘରକୁ ଯାଉ ନ ଥିଲେ। ଆଜି ବଲାଙ୍ଗିରରେ ଟାଣ ଖରା ହୋଇ ପ୍ରବଳ ଗରମ ଅନୁଭୂତ ହେଉଥିଲା ତେଣୁ ସେ ଭୋକ ଉପାସରେ ମରି ଯାଇଥିବେ ବୋଲି ଅନୁମେୟ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande