ବୃଦ୍ଧ ଙ୍କ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ
ବଲାଙ୍ଗିର, 29 ମାର୍ଚ୍ଚ (ହି.ସ.) ଆଜି ତୁଳସୀ ନଗର ଅଂଚଳରେ ନିମାଇଁ ଚରଣ ଦାଶ ନାମକ ଜଣେ ବୃଦ୍ଧ ଙ୍କ ମୁତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆଜି ବୃଦ୍ଧ ଜଣକ ରାସ୍ତା କଡ଼ରେ ସୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଚି। ସେହି ଅଞ୍ଚଳ ଦେଈ ବଲାଙ୍ଗିର ପୌର ଅଧ୍ୟକ୍ଷା ଲୀକା ସାହୁ ସେହି ଅଞ୍ଚଳ ଦେଈ ଯାଉଥିବ
ବୃଦ୍ଧ ଙ୍କ ଅଂଶୁଘାତ ରେ ମୃତ୍ତ୍ୟୁ


ବଲାଙ୍ଗିର, 29 ମାର୍ଚ୍ଚ (ହି.ସ.) ଆଜି ତୁଳସୀ ନଗର ଅଂଚଳରେ ନିମାଇଁ ଚରଣ ଦାଶ ନାମକ ଜଣେ ବୃଦ୍ଧ ଙ୍କ ମୁତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଆଜି ବୃଦ୍ଧ ଜଣକ ରାସ୍ତା କଡ଼ରେ ସୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଚି। ସେହି ଅଞ୍ଚଳ ଦେଈ ବଲାଙ୍ଗିର ପୌର ଅଧ୍ୟକ୍ଷା ଲୀକା ସାହୁ ସେହି ଅଞ୍ଚଳ ଦେଈ ଯାଉଥିବା ବେଳେ ତାକୁ ଦେଖି ପୋଲିସ କୁ ଖବର ଦେଇ ଥିଲେ। ପୋଲିସ ପହଞ୍ଚି ତାକୁ ମରିଯାଇଥିବା ଦେଖି ଥିଲେ। ଗରିବ ହୋଇ ଥିବାରୁ ଏଣେ ତେଣେ ମାଗି ଯାଚି ଖାଉଥିବା ନେଲେ ଆଜି ସକାଳୁ କିଛି ଖାଈ ନଥିବା ତାର ଘରଲୋକ କହି ଥିଲେ। ନିଜ ଘର ନଥିବାରୁ ସେମାନେ ଭଡ଼ା ଘରେ ରହୁ ଥିବା ଵେଳେ ବୃଦ୍ଧ ଘରକୁ ଯାଉ ନ ଥିଲେ। ଆଜି ବଲାଙ୍ଗିର ରେ ଟାଣ ଖରା ହୋଇ ପ୍ରବଳ ଗରମ ଅନୁଭୂତ ହେଉ ଥିଲା ତେଣୁ ସେ ଭୋକ ଉପାସ ରେ ମରି ଯାଇ ଥିବେ ବୋଲି ଅନୁମେୟ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande