ଜୟପୁର 29 ମାର୍ଚ୍ଚ (ହି.ସ.)ଗତକାଲି ରାତି ସମଲେଶ୍ବରୀ ଟ୍ରେନରୁ ଜଣେ ଯୁବକଙ୍କ ଗୋଡ ଖସି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାତ୍ର ପ୍ରାୟ ସାଢେ ଗୋଟାଏ ସମୟରେ ରାଜବୀର କୁମାର(୨୫) ସମଲେଶ୍ବରୀ ଟ୍ରେନର ଜୟପୁର ଆସୁଥିଲେ। ହଠାତ ରାତିରେ ଓହ୍ଲାଇବାକୁ ଚେଷ୍ଟା କରିବା ସମୟରେ ଜୟପୁର ଷ୍ଟେସନ ନିକଟରେ ତାଙ୍କ ଗୋଡ ଖସିଯାଇଥିଲା। ଫଳରେ ସେ ରେଳ ଧାରଣାରେ ପଡି ମୃତ୍ୟୁବରଣ କରିଥିଲେ। ପରେ ରେଲେଵ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହ ବ୍ୟକ୍ତି ଜଣକ ପରିଚୟ ପତ୍ର ଦେଖି ସେ ଜଣେ ଡ୍ରାଇଭର ବୋଲି ଜାଣିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି