ନୂଆଦିଲ୍ଲୀ, ୨୯ ମାର୍ଚ୍ଚ (ହି.ସ.)- କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନୁସୂଚିତ ଜନଜାତି (ଏସଟି) ଉଦ୍ୟୋଗୀମାନଙ୍କ ପାଇଁ ଷ୍ଟାର୍ଟଅପ୍ ମହାକୁମ୍ଭ ଆୟୋଜନ କରିବାକୁ ଯାଉଛି। ଭାରତ ମଣ୍ଡପମରେ ଏପ୍ରିଲ ୩-୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଦେଶର ସବୁଠାରୁ ପ୍ରତିଶ୍ରୁତିବଦ୍ଧ ଉଦ୍ୟୋଗୀମାନଙ୍କୁ ଗୋଟିଏ ମଂଚରେ ଏକାଠି କରିବ। ଷ୍ଟାର୍ଟଅପ୍ ମହାକୁମ୍ଭରେ ଏସଟି ଉଦ୍ୟୋଗୀଙ୍କ ସହ ଶୀର୍ଷ ଶିଳ୍ପ ନେତା, ଉଦ୍ୟୋଗ ପୁଞ୍ଜିପତି ଏବଂ ପ୍ରଭାବଶାଳୀ ନିବେଶକମାନେ ଅଂଶଗ୍ରହଣ କରିବେ। ଏହା ଅନ୍ତର୍ଭୁକ୍ତ ଆର୍ôଥକ ଅଭିବୃଦ୍ଧି ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କର ସଶକ୍ତିକରଣକୁ ପ୍ରୋତ୍ସାହିତ କରିବ।
ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଶନିବାର ଏକ ବିବୃତିରେ କହିଛି ଯେ ଷ୍ଟାର୍ଟଅପ୍ ମହାକୁମ୍ଭ ୨୦୨୫ରେ ୪୫ ରୁ ଅଧିକ ଆଦିବାସୀ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିବେ। ଏହି ସର୍ବବୃହତ କାର୍ଯ୍ୟକ୍ରମରେ ଜନଜାତି ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରଦର୍ଶିତ କରାଯିବ। ଏହା ସହିତ, ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନର ୩୦୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିବେ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅନୁସୂଚିତ ଜନଜାତିଙ୍କ ପାଇଁ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲକ୍ଷ୍ୟ ରଖିଛି। ଏହା ମନ୍ତ୍ରଣାଳୟର ୧୦୦ ଦିନିଆ କାର୍ଯ୍ୟସୂଚୀ ଅନ୍ତର୍ଗତ ଏକ ପ୍ରମୁଖ ପଦକ୍ଷେପ।
-----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ