ଅଣ୍ତର -୧୯ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ
ଜୟପୁର 29 ମାର୍ଚ୍ଚ (ହି.ସ.)ଆଦର୍ଶ ନଗର ୪ର୍ଥ ଗଳିରେ ଥିବା ଡିପି ଏକାଡେମୀରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସ˚ଘ ଓ କୋରାପୁଟ ଜିଲ୍ଲା ବ୍ୟାଡମିଣ୍ଟନ ସ˚ଘ ପକ୍ଷରୁ ଅଣ୍ତର-୧୯ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଅତିରିକ୍
ଅଣ୍ତର -୧୯ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ


ଜୟପୁର 29 ମାର୍ଚ୍ଚ (ହି.ସ.)ଆଦର୍ଶ ନଗର ୪ର୍ଥ ଗଳିରେ ଥିବା ଡିପି ଏକାଡେମୀରେ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସ˚ଘ ଓ କୋରାପୁଟ ଜିଲ୍ଲା ବ୍ୟାଡମିଣ୍ଟନ ସ˚ଘ ପକ୍ଷରୁ ଅଣ୍ତର-୧୯ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କୃତ୍ତିବାସ ସାହୁ ଓ ତହସିଲଦାର ସବ୍ୟସାଚୀ ଜେନା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ। ଆଜିର ଉଦଘଟନୀ ମ୍ୟାଚରେ ସାରା ରାଜ୍ୟରୁ ମୋଟ ୯୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଆଜି କେବଳ ବାଳକ ଓ ବାଳିକାଙ୍କ ମଧ୍ୟରେ ୪୭ ଟି ସିଙ୍ଗଲସ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ରାଜ୍ୟ ସ୍ତରୀୟ ର୍ୟାକି˚ ଟୁର୍ନାମେଣ୍ଟରେ ଯେଉଁ ପ୍ରତିଯୋଗୀ ମାନେ ସିଙ୍ଗଲରେ କୃତ୍ତି ଅର୍ଜନ କରିଛନ୍ତି ସେମାନେ ଆସନ୍ତା କାଲି ସେମିଫାଇନାଲ ଖେଳିବା ପରେ ୩୧ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳିବେ। ଆସନ୍ତା କାଲି ବାଳକ ଡବଲସ, ବାଳିକା ଡବଲସ ଓ ମିକ୍ସ ଡବଲସ ମ୍ୟାଚ ଅନୁଷ୍ଠିତ ହେବ। ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସ˚ଘର ଚିଫ ରେଫେରି ଲକ୍ଷପତି ନନ୍ଦ ଓ ପର୍ଯ୍ୟବେକ୍ଷକ ଭାବେ ସନ୍ଦିପ ମିଶ୍ର ଯୋଗ ଦେଇଥିବା ବେଳେ ୧୪ ଜଣ ରେଫେରି ନିୟୋଜିତ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ବ୍ୟାଡମିଣ୍ଟନ ସ˚ଘ ସ˚ଯୋଜକ ସନ୍ତୋଷ ବେବର୍ତ୍ତା, କୋରାପୁଟ ଜିଲ୍ଲା ସ˚ଘ ସଭାପତି ଶୈଳନ୍ଦ୍ର କୁମାର ଚୌଧୁରୀ, ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସ˚ଘ ସଦସ୍ୟ ଅଶ୍ରିତ ପଟ୍ଟନାୟକ, ବରିଷ୍ଠ ଖେଳାଳୀ ନିମାଇ ଦାସ, ଡିପି ଏକାଡେମୀ ମାଲିକ ଦେବ ଦାସ, ସନ୍ତୋଷ କୁମାର ପଣ୍ତା, ଗୌରୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande