ଭୁବନେଶ୍ୱର, 1 ଏପ୍ରିଲ୍ (ହି.ସ.)
- ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ୧
ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’
ପର୍ଯ୍ୟନ୍ତ
ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ କରୁଛୁ । ଏହି ପକ୍ଷର
ପ୍ରତ୍ୟେକ ମୁହୂର୍ତ୍ତ ସବୁ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି,
ପରମ୍ପରା
ଓ ଅସ୍ମିତାକୁ ନେଇ ପ୍ରେରଣାର ସମୟ ହେଉ । ଓଡ଼ିଆ
ପର୍ବ ହେଉ ଆମ ଭାଷା, ସାହିତ୍ୟ, ଖାଦ୍ୟ,
ପୋଷାକ,
ନୃତ୍ୟ,
ସଙ୍ଗୀତ
ଓ ସଂସ୍କୃତିର ଉତ୍ସବ ।
ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬
ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା,
ସେହି
ବିନ୍ଧାଣୀ ମାନଙ୍କୁ ଆମେ ସ୍ମରଣ କରିବା ଓ ସମ୍ମାନ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା,
ସାହିତ୍ୟ
ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂତନ
ଅବସର। ଆସନ୍ତୁ, ମନ, ପ୍ରାଣ,
ହୃଦୟରେ
ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ,
ଖାଦ୍ୟ,
ପୋଷାକ
ଏବଂ ସଂସ୍କୃତିକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ଵାଭିମାନୀ ଓଡ଼ିଶା ଗଢ଼ିବା । ଆସନ୍ତୁ,
ଉତ୍ସାହର
ସହିତ ଗାଁ, ସହର ଓ ପ୍ରତ୍ୟେକ ଘରେ ୧ ଏପ୍ରିଲ୍ରୁ ୧୪ ଏପ୍ରିଲ୍ ଯାଏଁ ‘ଓଡ଼ିଆ ପକ୍ଷ’
ପାଳନ
କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା