କେନ୍ଦ୍ରାପଡ଼ା, ୧୨ ଅପ୍ରେଲ(ହି.ସ.) – ମହାକାଳପଡ଼ା ବ୍ଳକର ରାଜଗଡ଼ ପଂଚାୟତ ମାଣିତିରି ଗ୍ରାମରେ ଗତ ଦୁଇଦିନ ତଳେ ବିଳମ୍ବିତ ରାତିରେ ନିରଞ୍ଜନ ରାଉତଙ୍କ ଘରେ ନିଆଁଲାଗି ସମସ୍ତ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପରିବାର ଲୋକେ ଏବେ ବେସାହାରା ଅବସ୍ଥାରେ ପଡ଼ିଛନ୍ତି। ଏହି ଗରିବ ପରିବାରକୁ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ଼୍ ତରଫରୁ ରିଲିଫ୍ ସାମଗ୍ରୀ ସହାୟତା ସ୍ୱରୂପ ପ୍ରଦାନ କରାଯାଇଛି। ମାର୍ଶାଘାଇ ଶାଖା ତରଫରୁ ଆଜି ପୂର୍ବାହ୍ନରେ ସଭାପତି ପ୍ରମୋଦ କୁମାର ସାହୁ, ମାର୍ଶାଘାଇ ଶାଖାର ପରିଚାଳକ ରଞ୍ଜନ ସାହୁ, କର୍ମଚାରୀ ମୋହନ ସେନାପତି, ଦୈନିକ ସଂଗ୍ରହକାରୀ (ଏଜେଟ) ସର୍ବଶ୍ରୀ ଅନନ୍ତ ଦାସ, ଧନେଶ୍ୱର ସାହୁ, ବିଶ୍ୱରଞ୍ଜନ ମନ୍ତ୍ରୀ ପ୍ରମୁଖ ମାଣତିରି ଗ୍ରାମରେ ପହଂଚି ଏହି ଅଗ୍ନିବିପନ୍ନ ପରିବାରକୁ ରାଶନ ସାମଗ୍ରୀ ପାଇଁ ୫୦୦୦ ଟଙ୍କା, ବାସନ ସେଟ୍, ପରିବାରର ସଦସ୍ୟଙ୍କ ପାଇଁ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ଗ୍ରାମର ଲୋକମାନେ ମଧ୍ୟ ପ୍ରଶଂସା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଏହିକିଯେ, କେନ୍ଦ୍ରାପଡ଼ା କ୍ରେଡଇଟ୍ କୋପରେଟିଭ୍ ସୋସାଇଟି ତରଫରୁ ରୋଗୀ। ଚିକିତ୍ସା ପାଇଁ ସହାୟତା, ବାତ୍ୟା, ବନ୍ୟାରେ ପ୍ରଭାବିତ ଓ ଅଗ୍ନିବିପନ୍ନ ପରିବାରକୁ ସହାୟତା, କୃତି କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ, ଗରିବ ମେଧାବୀ ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥତ ସହାୟତା ପ୍ରଦାନ କରିଆସୁଛି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି