ଧନୁପାଲି ଶିଶୁ ବିଦ୍ୟା ମନ୍ଦିରରେ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା
ସମ୍ବଲପୁର, ୦୯ ମଇ (ହି.ସ.) - ସ୍ଥାନୀୟ ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଏକ ସଭାରେ ଛଅ ଜଣ ମେଧାବୀନୀ ଏବଂ ପ୍ରାଦେଶିକ ମେଧା ବୃତି ପଠାଣି ସାମନ୍ତ ଗଣିତ ମେଧା ବୃତି ପ୍ରାପ୍ତ କରିଥିବା ଶିଶୁ ଭାଇ ଭଉଣୀଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବକୁ ବିଦ୍ୟାଳୟ ର ସଭାପତି ଡ଼. ଦେବେନ୍ଦ୍
ଧନୁପାଲି ଶିଶୁ ବିଦ୍ୟା ମନ୍ଦିରରେ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା


ଧନୁପାଲି ଶିଶୁ ବିଦ୍ୟା ମନ୍ଦିରରେ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା


ଧନୁପାଲି ଶିଶୁ ବିଦ୍ୟା ମନ୍ଦିରରେ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା


ସମ୍ବଲପୁର, ୦୯ ମଇ (ହି.ସ.) - ସ୍ଥାନୀୟ ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଏକ ସଭାରେ ଛଅ ଜଣ ମେଧାବୀନୀ ଏବଂ ପ୍ରାଦେଶିକ ମେଧା ବୃତି ପଠାଣି ସାମନ୍ତ ଗଣିତ ମେଧା ବୃତି ପ୍ରାପ୍ତ କରିଥିବା ଶିଶୁ ଭାଇ ଭଉଣୀଙ୍କୁ ସମର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବକୁ ବିଦ୍ୟାଳୟ ର ସଭାପତି ଡ଼. ଦେବେନ୍ଦ୍ର ପଣ୍ଡା ମହୋଦୟ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପସଭାପତି ଡାକ୍ତର ଝାଙ୍କର, ଯୁଗ୍ମ ସମ୍ପାଦକ ଅଭିମନ୍ୟୁ ସାହୁ, ସଂକୁଳ ପ୍ରମୁଖ ପ୍ରମୋଦ ପାଢ଼ୀ, ସଂକୁଳ ସଂଯୋଜଗ ଦିଲୀପ ପାଢ଼ୀ, ବରିଷ୍ଠ ନାଗରିକ କମିଟିର ଉପଦେଷ୍ଠା ପ୍ରଦୀପ ପଣ୍ଡା, ରାମଚନ୍ଦ୍ର ସେଠ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମସ୍ତ ମେଧାବୀ ବିଦ୍ୟାର୍ଥୀଙ୍କ ପିତାମାତା, ଭାରତୀ ଭଉଣୀ, ଗୁରୁଜୀ ଗୁରୁମା, ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମତୀ ସବିତା ମହାପାତ୍ର ସଭା ସଂଯୋଜନା ଏବଂ ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ସମ୍ପାଦକ ଜୟ ଶଙ୍କର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande