ସୁବର୍ଣ୍ଣପୁର ସହରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ଟିମ ର ହୋଟେଲ ଚଢ଼ାଉ- ସାତ ହଜାର ଟଙ୍କା ଫାଇନ ଆଦାୟ-
ସୁବର୍ଣ୍ଣପୁର, 9 ମେ (ହି.ସ.) ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ କୁମାର ଗୁରୁ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଅଦାବର ଙ୍କ ନିର୍ଦେଶ କ୍ରମେ ଆଜି ସକାଳ ୯ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ସୋନପୁର ସହରର ସମସ୍ତ ହୋଟେଲ ମାନଙ୍କରେ ଖାଦ୍ୟ ନିରାପତ୍ତା ଅଧିକାର
ସୁବର୍ଣ୍ଣପୁର ସହରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ଟିମ ର ହୋଟେଲ ଚଢ଼ାଉ*- *ସାତ ହଜାର ଟଙ୍କା ଫାଇନ ଆଦାୟ*-


ସୁବର୍ଣ୍ଣପୁର ସହରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ଟିମ ର ହୋଟେଲ ଚଢ଼ାଉ*- *ସାତ ହଜାର ଟଙ୍କା ଫାଇନ ଆଦାୟ*-


ସୁବର୍ଣ୍ଣପୁର, 9 ମେ (ହି.ସ.)

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ପ୍ରଦୀପ କୁମାର ଗୁରୁ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ କୁମାର ଅଦାବର ଙ୍କ ନିର୍ଦେଶ କ୍ରମେ ଆଜି ସକାଳ ୯ଟା ରୁ ଦିନ ୨ ଟା ପର୍ଯ୍ୟନ୍ତ ସୋନପୁର ସହରର ସମସ୍ତ ହୋଟେଲ ମାନଙ୍କରେ ଖାଦ୍ୟ ନିରାପତ୍ତା ଅଧିକାରୀ ଓ ତାଙ୍କ ଟିମ ର ଚଢ଼ାଉ ପରେ ୨୦ ଗୋଟି ଦୋକାନ ରୁ ସାତ ହଜାର ଟଙ୍କା ଫାଇନ ଆଦାୟ କରାଗଲା l ନଳିନୀ ଛକ, ପୁରୁଣା ଥାନା, କଚେରୀ ଓ ନୂଆଁ ହସ୍ପିଟାଲ ଅଞ୍ଚଳ ରେ ଆଜି ଏ ସ୍କ୍ୱାର୍ଡ ଚଢାଉ କରିଥିଲେ l ଉକ୍ତ ସ୍କ୍ୱାର୍ଡ ରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ,ରାଜୀବ ପଧାନ, ପୋଲିସ ସବ ଇନ୍ସପେକ୍ଟର ଶଶୀରେଖା ଲୁହା ,ପୋଲିସ କନେଷ୍ଟବଳ ରୋନାଲ ପ୍ରଧାନ ଓ ନୀଳିମା ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ l ଚଢ଼ାଉ ବେଳେ ୨୦ କିଲୋ ର ବାସି ଖାଦ୍ୟ ସବୁ ନଷ୍ଟ କରାଗଲା ଓ ଦୂଷିତ ଖାଦ୍ୟ ପାନୀୟ ଲୋକ ଙ୍କୁ ନଦେବା ପାଇଁ ତାଗିଦ କରାଗଲା l ଆଗକୁ ଯଦି ଏହାର ଖିଲାପ କରିବେ ତାଙ୍କୁ ଆଇନ ଅନୁଯାୟୀ ଉଚିତ ଦଣ୍ଡ ଦିଆଯିବ ବୋଲି ଦୋକାନୀ ଙ୍କୁ ସୁଚନା ଦିଆଯାଇଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande