ଭଦ୍ରକ, ୯ ମଇ (ହି.ସ.) - ପାକିସ୍ଥାନ ଏବଂ ଭାରତ ମଧ୍ୟରେ ଚାଲିଥିବା ଯୁଦ୍ଧ କୁ ନେଇ ସମସ୍ତ ରାଜ୍ୟ ରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ରାଜ୍ୟ ଗୃହ ବିଭାଗର ନିର୍ଦେଶ ପରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଭଦ୍ରକ ଜିଲ୍ଲା ଧାମରା ରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ଗୃହ ବିଭାଗ ଅଧିନରେ ଥିବା ପୁଲିସ ପ୍ରଶାସନ କେବଳ ସ୍ଥଳପଥ ନିୁହେଁ ଜଳପଥକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି। ଏହି ଅବସରରେ ଧାମରା ବନ୍ଦର, ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଏବଂ ଅବଦୁଲ କଲାମ ଘାଟି ଅଂଚଳରେ ୨୪ ଘଂଟିଆ ପେଟ୍ରୋଲିଂ ମଧ୍ୟ କରାଯାଉଛି। ଧାମରା ବନ୍ଦର(ଆଦାନୀ), ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଅଂଚଳରେ ଧାମରା ପୁଲିସ ୨୪ଘଂଟା ପଇଁତରା ଦେଉଥିବା ବେଳେ ଜଳପଥରେ ଧାମରା ମେରାଇନ ମଧ୍ୟ ନିଜର ସ୍ପିଡ ବୋଟରେ ଏହି ପଇଁତରା ବ୍ୟବସ୍ଥା ଜାରୀ ରଖିଛି। ଏଥିସହ ଗୃହ ବିଭାଗ ନିର୍ଦେଶରେ ଉପକୂଳବର୍ତୀ ଇଲାକା ଏବଂ ଅନ୍ୟ ସମସ୍ତ ଥାନାକୁ ବେତାର ଯୋଗେ ୨୪ଘଂଟା ସଜାଗ ରହିବା ସହ ପଇଁତରା ରେ କୌଣସି ତ୍ରୁଟି ବିଚ୍ୟୁତ ନ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଅନ୍ୟ ପକ୍ଷରେ ବଙ୍ଗୋପସାଗରରେ ହଳଦିଆ ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଭାରତୀୟ ନେଭିର ୨ଟି ଜାହାଜ ତଟବର୍ତୀ ଇଲାକାରେ ପଇଁତରା ଦେଉଛନ୍ତି ବୋଲି ଗଭୀର ସମୁଦ୍ରରେ ମାଛ ମାରୁଥିବା ଧୀବର ମାନଙ୍କ ନିକଟରୁ ପ୍ରକାଶ। ଗଭୀର ସମୁଦ୍ରରେ କୌଣସି ପରିସ୍ଥିତରେ ବାଂଲାଦେଶୀ ଅଥବା ପୂର୍ବବଙ୍ଗଳା ବାସୀଙ୍କୁ ଭାରତ ର ଜଳସୀମା କୁ ପୁରାଇ ନଦେବା ପାଇଁ ଧାମରା ସାମୁଦ୍ରିକ ଥାନାରେ ଷ୍ଟା‘ ଟିକିନିଖି କରି ସମସ୍ତ ମାଛଧରା ବୋଟର କର୍ମଚାରୀ ଏବଂ ମତ୍ସ୍ୟଜିବୀଙ୍କ ଆଧାରକାର୍ଡ ,ଭୋଟର ପରିଚୟପତ୍ର ଏବଂ ମତ୍ସ୍ୟଜିବୀ ମାନଙ୍କୁ ପ୍ରଦାନ କରାଯାଇଥିବା କାର୍ଡକୁ ମଧ୍ୟ ଯାଂଚ କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ