ଅନ୍ୟ ରାଜ୍ୟର ୨ ସଂଦେହୀ ଥାନାରେ ଅଟକ
ଭଦ୍ରକ, ୯ ମଇ (ହି.ସ.) --ଆଜି ଭଦ୍ରକ ରୁ ଦୁଇଜଣ ଅନ୍ୟ ରାଜ୍ୟର ସଂଦେହୀ ବ୍ୟକ୍ତିଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଅଣ୍ଢେଇପଲ୍ଲୀ ଗ୍ରାମ ନିକଟରେ ଦୁଇଜଣ ଅନ୍ୟ ରାଜ୍ୟର ଲୋକଙ୍କୁ ଗ୍ରାମବାସୀ ସନ୍ଦେହ ଜନକ
sandehi..1


sandehi..


ଭଦ୍ରକ, ୯ ମଇ (ହି.ସ.) --ଆଜି ଭଦ୍ରକ ରୁ ଦୁଇଜଣ ଅନ୍ୟ ରାଜ୍ୟର ସଂଦେହୀ ବ୍ୟକ୍ତିଙ୍କୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଅଣ୍ଢେଇପଲ୍ଲୀ ଗ୍ରାମ ନିକଟରେ ଦୁଇଜଣ ଅନ୍ୟ ରାଜ୍ୟର ଲୋକଙ୍କୁ ଗ୍ରାମବାସୀ ସନ୍ଦେହ ଜନକ ଅବସ୍ଥାରେ ଦେଖି ପଚରା ଉଚୁରା କରିଥିଲେ। କିନ୍ତୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇ ଥିଲେ। ପରେ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ କରୁଥିବାର ଜଣା ପଡିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande