ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ
ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.) – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପ୍ରଥମ ମ୍ୟାଚ ମଧ୍ୟପ୍ରଦେଶ ଓ ତ୍ରିପୁରା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍‌୍ୟାଚରେ ମଧ୍ୟପ୍ରଦେଶ, ତ୍ରିପୁରା ପୋଲିସ ଦଳଠାରୁ ୩-୨ ଗୋଲ ବ୍ୟବଧାନରେ ବିଜୟଲାଭ କରିଥିଲା । ଦ୍ୱ
ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପ


ଭୁବନେଶ୍ୱର, 12 ଏପ୍ରିଲ୍ (ହି.ସ.) – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିଅନସିପର ପ୍ରଥମ ମ୍ୟାଚ ମଧ୍ୟପ୍ରଦେଶ ଓ ତ୍ରିପୁରା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍‌୍ୟାଚରେ ମଧ୍ୟପ୍ରଦେଶ, ତ୍ରିପୁରା ପୋଲିସ ଦଳଠାରୁ ୩-୨ ଗୋଲ ବ୍ୟବଧାନରେ ବିଜୟଲାଭ କରିଥିଲା ।

ଦ୍ୱିତୀୟ ମ୍ୟାଚ ମହିଳା ବିଭାଗରେ ବିଏସଏଫ ଓ ଓଡିଶା ମହିଳା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓଡିଶା ପୋଲିସ, ବିଏସଏଫ ଦଳକୁ ୧୧- ୦ ଗୋଲ ବ୍ୟବଧାନରେ ହରାଇଥିଲା ।

ସେହିପରି ମହିଳା ବିଭାଗରେ ତୃତୀୟ ମ୍ୟାଚ ତାମିଲନାଡୁ ଓ ମହାରାଷ୍ଟ୍ର ମହିଳା ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ତାମିଲନାଡୁ, ମହାରାଷ୍ଟ୍ର ମହିଳା ପୋଲିସ ଦଳକୁ ୪- ୦ ଗୋଲ ବ୍ୟବଧାନରେ ହରାଇଥିଲା ।ସେହିପରି ଚତୁର୍ଥ ମ୍ୟାଚ ପୁଡ଼ୁଚେରୀ, ତାମିଲନାଡୁ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ତାମିଲନାଡୁ, ପୁଡ଼ୁଚେରୀ ପୋଲିସ ଦଳକୁ ୧୨-୨ ଗୋଲରେ ପରାସ୍ତ କରିଥିଲା। ପଂଚମ ମ୍ୟାଚ ଉତ୍ତରାଖଣ୍ଡ ଓ ରାଜସ୍ତାନ ପୋଲିସ ଦଳ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ରାଜସ୍ଥାନ, ଉତ୍ତରାଖଣ୍ଡ ପୋଲିସ ଦଳକୁ ୫-୦ ଗୋଲ ବ୍ୟବଧାନରେ ହରାଇଥିଲା ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା,ଡିଆଇଜି ( କାର୍ମିକ) ଯୁଗଳ କିଶୋର ବନୋଥ ପ୍ରମୁଖ ବିଭିନ୍ନ ମ୍ୟାଚ ଗୁଡିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande