Odisha, 15 ଏପ୍ରିଲ୍ (ହି.ସ.)
ଚମ୍ପୁଆ, (୧୫/୦୪) ଚମ୍ପୁଆ ନେହେରୁ ଷ୍ଟାଡିୟମ୍ ଠାରେ ଚମ୍ପୁଆ କ୍ରିକେଟ୍ କ୍ଲବ ତରଫରୁ ଅନୁଷ୍ଠିତ ଦ୍ଵିତୀୟ ବାର୍ଷିକ ରାତ୍ରୀକାଳୀନ ଚ୍ୟାଲେଞ୍ଜର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ ଯୋଗ ଦେଇଥିଲେ । ଏଜେ ଫିଟନେସ ବଡବିଲ୍ ଏକାଦଶ ଓ ବିଡିଏନ୍ ପୁର ଚମ୍ପୁଆ ଏକାଦଶ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ୮ଓଭର ବିଶିଷ୍ଟ ମ୍ୟାଚରେ ଏଜେ ଫିଟନେସ ଏକାଦଶ ମୋଟ ୧୦୩ ରନ୍ କରିଥିବା ବେଳେ ବିଡିଏନ୍ ପୁର ଏକାଦଶ ଚମ୍ପୁଆ ୧୦୨ ରନ କରି ଅଲ ଆଉଟ ହୋଇ ଯାଇଥିଲା । ତୀବ୍ର ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ରୋମାଞ୍ଚକର ମ୍ୟାଚ ରେ ଏଜେ ଫିଟନେସ ବଡବିଲ ଦୁଇ ରନ ରେ ବିଡିଏନ ପୁର ଚମ୍ପୁଆ କୁ ପରାସ୍ତ କରି ଚାମ୍ପିୟାନ ହୋଇଥିଲା । ମୂଖ୍ୟ ଅତିଥି ଚମ୍ପୁଆ ଉପଜିଲ୍ଲାପାଳ ଶ୍ରୀ ପରିଡ଼ା ଚମ୍ପିୟାନ ଦଳ ଏ ଜେ ଫିଟନେସ୍ ଏକାଦଶ ବଡ଼ବିଲ ଦଳ କୁ ଏକ ଲକ୍ଷ ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଏସଡିପିଓ ଶ୍ରୀ ସାହୁ ବିଡିଏନ ପୁର ଏକାଦଶ ଚମ୍ପୁଆ କୁ ସତୁରୀ ହଜାର ଟଙ୍କା ନଗଦ ରାଶି ସହ ରନର୍ସ ଅପ ଟ୍ରଫି ପ୍ରଦାନ କରିଥଲ। ଏହି କ୍ରିକେଟ୍ ଖେଳରେ ମୋଟ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଚମ୍ପୁଆ କ୍ରିକେଟ କ୍ଳବର ସଭାପତି ଅରୁଣ କୁମାର ପତି ଓ ସମ୍ପାଦକ ପବିତ୍ର କୁମାର ନାୟକ ପରିଚାଳନା କରିଥିବା ବେଳେ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta