ମାଟି ହାଣ୍ଡିର କମୁଛି ଚାହିଦା, ସଙ୍କଟରେ କୁମ୍ଭକାରଙ୍କ କୌଳିକ ବୃର୍ତ୍ତି
ମାଟି ହାଣ୍ଡିର କମୁଛି ଚାହିଦା, ସଙ୍କଟରେ କୁମ୍ଭକାରଙ୍କ କୌଳିକ ବୃତି ଜୟପୁର , ୧୬ ଏପ୍ରିଲ୍ (ହି.ସ.) - ଗ୍ରୀଷ୍ମଋତୁରେ ମାଟିହାଣ୍ଡିର ଥଣ୍ଡା ପାଣି ସମସ୍ତଙ୍କ ଶୋଷ ମେଣ୍ଟାଇଥାଏ । ପ୍ରାଚୀନ କାଳରୁ ଲୋକେ ମାଟିହାଣ୍ଡିର ଜଳ ବ୍ୟବହାର କରୁଥିଲେ । ଏବେ କିନ୍ତୁ କିଛି ସ୍ଥାନରେ ଥିବା ଜଳଛତ୍ର ଗୁଡିକରେ ମାଟି
ମାଟି ହାଣ୍ଡିର କମୁଛି ଚାହିଦା, ସଙ୍କଟରେ କୁମ୍ଭକାରଙ୍କ କୌଳିକ ବୃର୍ତ୍ତି


ମାଟି ହାଣ୍ଡିର କମୁଛି ଚାହିଦା, ସଙ୍କଟରେ କୁମ୍ଭକାରଙ୍କ କୌଳିକ ବୃତି

ଜୟପୁର , ୧୬ ଏପ୍ରିଲ୍ (ହି.ସ.) - ଗ୍ରୀଷ୍ମଋତୁରେ ମାଟିହାଣ୍ଡିର ଥଣ୍ଡା ପାଣି ସମସ୍ତଙ୍କ ଶୋଷ ମେଣ୍ଟାଇଥାଏ । ପ୍ରାଚୀନ କାଳରୁ ଲୋକେ ମାଟିହାଣ୍ଡିର ଜଳ ବ୍ୟବହାର କରୁଥିଲେ । ଏବେ କିନ୍ତୁ କିଛି ସ୍ଥାନରେ ଥିବା ଜଳଛତ୍ର ଗୁଡିକରେ ମାଟି ହାଣ୍ଡିର ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଏହା ବ୍ୟତୀତ ପୂର୍ବରୁ ପୂଜାପର୍ବାଣୀରେ ମାଟିରେ ନିର୍ମିତ ବିଭିନ୍ନ ପ୍ରକାର ପାତ୍ର ଖୋଜା ପଡ଼ିଥାଏ । ହେଲେ ଧୀରେ ଧୀରେ ମାଟି ପାତ୍ରର ଚାହିଦା କମିବାରେ ଲାଗିଛି । ଏବେ ଗ୍ରୀଷ୍ମ ଋତୁ ଥିବାରୁ ଅଧିକାଂଶ ଲୋକଙ୍କ ଘରେ ମାଟିହାଣ୍ଡିରେ ପାଣି ବ୍ୟବହାର କରିଥାନ୍ତି, ଏହି ସମୟରେ ବିକ୍ରି କରି କିଛି ଭଲ ରୋଜଗାର ପାଇଁ ଆଶା ବାନ୍ଧିଥାଆନ୍ତି କୁମ୍ଭକାର ପରିବାର । ହେଲେ ବର୍ତ୍ତମାନ୍ ଜୟପୁର ବଜାରରେ ମାଟି ପାତ୍ର ବଦଳରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମିଳୁଥିବାରୁ ବ୍ୟବସାୟ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ନିଜର କୌଳିକ ବୃତ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କୁମ୍ଭକାର ପରିବାର । ଗ୍ରୀଷ୍ମଋତୁରେ ମାଟି ହାଣ୍ଡିର ଚାହିଦା ବେଶ୍ ବଢ଼ିଯାଏ । ମାଟି ହାଣ୍ଡିର ପାଣି ପିଇଲେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ଯାହା ଫଳରେ ଅନ୍ୟ ଋତୁ ଅପେକ୍ଷା । କିନ୍ତୁ ପରିବର୍ତ୍ତିତ ଆଧୁନିକ ଚଳଣୀରେ ମାଟି ପାତ୍ର ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଛି । ଲୋକେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାଇଁ ଧୀରେଧୀରେ ମାଟି ପାତ୍ରକୁ ଅଣଦେଖା କରୁଛନ୍ତି । ମାଟି ପାତ୍ର ସ୍ଥାନ ନେଲାଣି ଅତ୍ୟାଧୁନିକ ବିଭିନ୍ନ ପ୍ରକାର ଷ୍ଟିଲ, ଆଲୁମିନିୟମ,ଫାଇବର ଓ କାଚ ପ୍ରଭୃତିରେ ନିର୍ମିତ ଫିଲଟ,ର୍ ଆକୁଆ ଗାର୍ଡ,ଫ୍ରୀଜ୍ ସମେତ ବିଭିନ୍ନ ପ୍ରକାର ବୈଦୁତିକ ସାମଗ୍ରୀ । ଅତ୍ୟାଧୁନିକ ବୈଦୁତିକ ସାମଗ୍ରୀରେ ଖୁବଶିଘ୍ର ସମେତ ଜିନିଷ ପ୍ରସ୍ତୁତ ହୋଇଥାଏ ଏବଂ ଦେଖିବାକୁ ମଧ୍ୟ ଭଲ ଥିବାରୁ ବର୍ତ୍ତମାନ ଟଙ୍କାକୁ ନଦେଖି ଗରିବ ଠାରୁ ଧନୀ ଶ୍ରେଣୀର ପରିବାରରେ ବୈଦୁତିକ ସାମଗ୍ରୀ ବ୍ୟବହାର ବଢ଼ିବାରେ ଲାଗିଛି । ଏହା ଛଡା ଦ୍ୱିପାବଳି ସମୟରେ ମଧ୍ୟ ରାଜ୍ୟ ବାହାରୁ ଆସୁଥିବା ରଙ୍ଗବେରଙ୍ଗର ଦୀପର ବିକ୍ରି ବୃଦ୍ଧି ପାଇଥାଏ । ମାଟି ଦୀପ ଜାଳିବା ପରମ୍ପରା ମଧ୍ୟ ହଜିବାକୁ ବସିଲାଣି । ଏପରିକି ପୂର୍ବରୁ ମାଟିରେ ତିଆରି

ଖପର ଘରେ ଲୋକେ ରହୁଥିଲେ । କିନ୍ତୁ ବର୍ତ୍ତମାନ ଖପର ଘର ମଧ୍ୟ ବହୁତ୍ କମ୍ ଦେଖିବାକୁ ମିଳୁଛି । ଚାରିପଟେ ପକ୍କା ଘର ଦେଖିବାକୁ ମିଳୁଛି । ଫଳରେ ବହୁ କୁମ୍ଭକାର ପରିବାର ନିଜ ଫଳରେ ବହୁ କୁମ୍ଭକାର ପରିବାର ନିଜର କୌଳିକ ବୃତ୍ତି ଛାଡ଼ିବାକୁ ବସିଲେଣି । ତେଣୁ ରାଜ୍ୟ ସରକାର କୁମ୍ଭକାର ପରିବାର ଲୋକଙ୍କ ଗୁଜୁରାଣ କିପରି ମେଣ୍ଟିବ ସେଥି ପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande