ୱାଶିଂଟନ
22ଅପ୍ରେଲ (ହି.ସ)- ଫିଲିସ୍ଥାନୀ ସମର୍ଥକ
ପ୍ରତିବାଦକାରୀ ମହମୁଦ ଖଲୀଲଙ୍କ ପତ୍ନୀ ଡା.ନୁର ଅବ୍ଦୁଲ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି।ଖଲୀଲ
ବର୍ତ୍ତମାନ ଇମିଗ୍ରେସନ ଏବଂ ସୀମା ଶୁଳ୍କ ପ୍ରବର୍ତ୍ତନର ହେପାଜତରେ ଅଛନ୍ତି।ମହମୁଦ ଖଲୀଲ ତାଙ୍କ
ପୁଅକୁ ଦେଖା କରିବା ପାଇଁ ଆରଲିନୟନ୍ସ ଆଇସୀଇ
ଇଆରଓ ଫିଲ୍ଡ ଅଫିସ ଡାଇରେକ୍ଟର ମୋଲିସା ବୀ ହାର୍ପରଙ୍କୁ ଅସ୍ଥାୟୀ ମୁକ୍ତି ପାଇଁ ଅନୁରୋଧ
କରିଥିଲେ।ତାଙ୍କର ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଥିଲା।ଏବୀସୀ ନ୍ୟୁଜ ଖବର ଅନୁସାରେ ମହମୁଦ
ଖଲୀଲ ଏହି ସମୟରେ ଲୁଇସିୟାନାର ଜେନାରେ ଏକ ଅଟକ କେନ୍ଦ୍ରରେ ରଖାଯାଇଛି।ଖଲିଲଙ୍କ ଓକିଲ ଇମେଲ
ମାଧ୍ୟମରେ ଦୁଇ ସପ୍ତାହ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ଓକିଲ ଏହା ମଧ୍ୟ କହିଥିଲେ ଯେ ଖଲିଲଙ୍କୁ
ମୁକ୍ତ ଅବଧି ସମୟରେ ନଜର ରଖାଯାଇପାରିବ।ହାର୍ପର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଲେଖିଛନ୍ତି
ଅନୁରୋଧକୁ ବିଚାର କରିବା ଏବଂ କ୍ଲାଏଣ୍ଟଙ୍କ ମାମଲା ର ସମୀକ୍ଷା ପରେ ମୁକ୍ତି ପାଇଁ ଅନୁରୋଧକୁ
ପ୍ରତ୍ୟାଖ୍ୟାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା