କଟକରେ ଡବଲ୍ ଏନକାଉଂଟର
କଟକ, ୧୭ ଅପ୍ରେଲ (ହି.ସ.)- କଟକରେ ଡବଲ୍ ଏନକାଉଂଟର । ଚୌଦ୍ୱାର ଇନ୍ଦ୍ରାଣିପାଟଣା ଅଂଚଳ ଜାତୀୟ ରାଜପଥ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ କଟାସ ଓରଫ ସଂଗ୍ରାମ ରାଉତ ଓ ଜୁବଲା ଓରଫ ଶୁଭ୍ରଜିତ ପରିଡ଼ାକୁ ଏନକାଉଂଟର କରିଛି ପୋଲିସ । ଦୁହିଁଙ୍କ ଗୋଡରେ ବାଜିଛି ଗୁଳି । ଗୁରୁତର ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସ
କଟକରେ ଡବଲ୍ ଏନକାଉଂଟର


କଟକ, ୧୭ ଅପ୍ରେଲ (ହି.ସ.)- କଟକରେ ଡବଲ୍ ଏନକାଉଂଟର । ଚୌଦ୍ୱାର ଇନ୍ଦ୍ରାଣିପାଟଣା ଅଂଚଳ ଜାତୀୟ ରାଜପଥ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ କଟାସ ଓରଫ ସଂଗ୍ରାମ ରାଉତ ଓ ଜୁବଲା ଓରଫ ଶୁଭ୍ରଜିତ ପରିଡ଼ାକୁ ଏନକାଉଂଟର କରିଛି ପୋଲିସ । ଦୁହିଁଙ୍କ ଗୋଡରେ ବାଜିଛି ଗୁଳି । ଗୁରୁତର ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ସେମାନେ ସେଠାରେ ଚିକିତ୍ସାଧିନ ରହିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଗୁଳିମାଡରେ ପୋଲିସର ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପୋଲିସ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପରେ ପୋଲିସର ପାଲଟା ଜବାବରେ ଦୁହେଁ ଗୁରୁତର ହୋଇଥିଲେ । ଅଭିଯୁକ୍ତଙ୍କ ଗୁଳିମାଡରେ ପୋଲିସର ୩ ଜଣ କର୍ମଚାରୀ ଆହତ ହୋଇଥିଲେ । ଘଟଣାସ୍ଥଳରୁ ୨ଟି ପିସ୍ତଲ, ଗୁଳି ଓ ଖୋକା ଜବତ ହୋଇଛି । ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଶୁଭ୍ରଜିତର ଘର ୪୨ ମୌଜା ଅଂଚଳରେ । ତା’ ନାମରେ ୪୯ଟି ମାମଲା ରହିଛି । ସେ ପୂର୍ବରୁ ଜେଲ୍ ମଧ୍ୟ ଯାଇଛି । ସେହିପରି ସଂଗ୍ରାମର ଘର ନନ୍ଦନକାନନ ଅଂଚଳରେ । ତା’ ନାମରେ ୧୫ଟି ମାମଲା ରହିଛି । ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande