ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)
- 2000-2024 ଯାଏ ଆମେ ଭଲ କାମ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି
ପାଇଥିଲୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ମହାନ ଜନନାୟକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ତାଙ୍କୁ
ଶ୍ରଦ୍ଧାଞ୍ଜଳି ଜଣାଇ ନବୀନ କହିଛନ୍ତି ଯେ, ଓଡ଼ିଶାକୁ ଏକ ନମ୍ବର କରିବା ତାଙ୍କ ସ୍ବପ୍ନ ଥିଲା ।
ତାଙ୍କ ସ୍ବପ୍ନକୁ ସକାର କରିବାକୁ 2000 ରୁ 2024 ଯାଏଁ ଆମେ ଭଲ କାମ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ପାଇଥିଲା
। ଆମ ମହାନ ଲୋକଙ୍କୁ ହଟାଇବାକୁ ଚେଷ୍ଟା ଚଳାଇ ଇତିହାସ ବଦଳାଇବାକୁ ଚେଷ୍ଟା ଚାଲିଛି । ହେଲେ
ଏହା କେହି କରି ପାରିବେ ନାହିଁ । ତେଣୁ ସମୟ ନଷ୍ଟ ନ କରି ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କଲେ
ଓଡ଼ିଶାର ମଙ୍ଗଳ ହେବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା