ସର୍ବନିମ୍ନ ମାସିକ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ
ବାଟାଲିଅନ ଗଠନ କରିଛନ୍ତି। ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ
ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପୋଲିସ କର୍ମଚାରୀ ମାନଙ୍କର ମାସିକ
ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ
ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ
ନିଷ୍ପତ୍ତି ଅନୁଯାୟୀ ସିପାହୀ (ଜିଡି) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର
ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଲାନ୍ସ ନାଏକ/ନାଏକ/ହାବିଲ୍ଦାର (ଜିଡି)
ମାନଙ୍କ
ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିଶନ୍ଡ ଅଫିସର (ଜିଡି)
୪୦
ହଜାରରୁ ୫୫ ହଜାର, ଜୁନିଅର କମିଶନ୍ଡ ଅଫିସର (ଇନଷ୍ଟ୍ରକ୍ଟର)
୪୦
ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି।
ସେହିପରି ଡିଙ୍ଗି ଡ୍ରାଇଭର/ସି-ମ୍ୟାନ୍ ମେକାନିକ୍/ ଖଲାସି ମାନଙ୍କ ମାସିକ ପାରିଶମିକ ୩୦
ହଜାରରୁ ୪୫ ହଜାର, ସିରାଙ୍ଗ/ଇଞ୍ଜିନ୍ ଡ୍ରାଇଭର ମାନଙ୍କର ୩୨ ହଜାରରୁ ୫୦ ହଜାର ଏବଂ
ମାଷ୍ଟର ମାନଙ୍କ ମାସିକ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା