ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ଦ୍ୱିତୀୟ ଲିଗ ମ୍ୟାଚରେ ସ୍କୁଲ-ଇ ବିଜୟୀ କେନ୍ଦ୍ରାପଡ଼ା, ୧୯ ଏପ୍ରିଲ (ହି.ସ.):କେନ୍ଦ୍ରାପଡା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଜିଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ ମ୍ୟାଚରେ ସ୍କୁଲ-ବି ଓ
ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ


ଦ୍ୱିତୀୟ ଲିଗ ମ୍ୟାଚରେ ସ୍କୁଲ-ଇ ବିଜୟୀ

କେନ୍ଦ୍ରାପଡ଼ା, ୧୯ ଏପ୍ରିଲ (ହି.ସ.):କେନ୍ଦ୍ରାପଡା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଜିଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ ମ୍ୟାଚରେ ସ୍କୁଲ-ବି ଓ ସ୍କୁଲ-ଇ ମଧ୍ୟରେ ଖେଳାଯାଇଥିଲା । ଏଥିରେ ସ୍କୁଲ-ଇ ବିଜୟୀ ହୋଇଛି। ସ୍କୁଲ-ଇ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୩୫ ଓଭରରେ ୬ ଉଇକେଟ୍ ବିନିମୟରେ ୨୦୯ ରନ୍ କରିଥିଲା। ଜବାବରେ ସ୍କୁଲ-ବି ୧୫.୨ ଓଭରରେ ୫୪ ରନ୍ କରି ଅଲ ଆଉଟ୍ ହୋଇଥିଲା। ଫଳରେ ୧୫୫ ରନରେ ସ୍କୁଲ-ଇ ବିଜୟୀ ହୋଇଥିଲା। ସ୍କୁଲ-ଇ ର ରୁଦ୍ର ପ୍ରତାପ ପରିଡା ୩ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ମାତ୍ର ୭ ରନ ଦେଇ ୪ଟି ଉଇକେଟ୍ ହାସଲ କରି ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲା। ବିଶ୍ୱଜିତ ଅଧିକାରୀ ଓ ନିରଞ୍ଜନ ଦାସ ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଆନନ୍ଦ ବେହେରା କାର୍ଯ୍ୟ ତୁଲାଇଥିବା ବେଳେ ବରଦା କାନ୍ତ ବରାଳ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନ କମିଟିର ମୁଖ୍ୟ ପ୍ରଫୁଲ୍ଲ କୁମାର ମଲ୍ଲିକ ଅତିଥି ଭାବେ ଯୋଗଦେଇ ମ୍ୟାନ୍ ଅଫ ଦି ମ୍ୟାଚ ପାଇଥିବା ରୁଦ୍ର ପ୍ରତାପ ପରିଡାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଜିଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ତ୍ୱାବଧାନରେ ଆକବର ଅଲ୍ଲୀ ଖାଁ, ହରିହର ବେହେରା, ଦୀପକ କୁମାର ବାରିକ, ଚିରଞ୍ଜିବୀ ବଳ, ସେକ ମୀନାଉଦ୍ଦିନ,ରାଜେଶ ପାତ୍ର ପ୍ରମୁଖ ଖେଳ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଏମଡି ନଇମ ଯୋଗଦେଇ ଖେଳାଳୀମାନଙ୍କ କ୍ରୀଡ଼ା ନୈପୁଣ୍ୟକୁ ପ୍ରଶଂସା କରିଥିଲେ। ଭଲ ଖେଳିଲେ ଖେଳାଳୀମାନେ କେନ୍ଦ୍ରାପଡ଼ା ଜିଲାର ନା’କୁ ରାଜ୍ୟ ଓ ଜାତୀୟ ସ୍ତରରେ ଟେକ ରଖିବେ ବୋଲି ମରାମର୍ଶ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande